ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଦ୍ୟୁତ ଜାମୱାଲ ଅଭିନୀତ ଫିଲ୍ମ ଜଙ୍ଗଲୀ ରିଲଜର ପ୍ରଥମ ଦିନରେ ୩.୩୫ କୋଟି ଆୟ କରିଥିଲା। ଦ୍ଵିତୀୟ ଦିନରେ ବି ଫିଲ୍ମଟି ୪.୪୫ କୋଟି ଆୟ କରିଛି।  ଦୁଇ ଦିନରେ ଫିଲ୍ମଟି ସମୁଦାୟ ୭.୮୦ କୋଟି ଟଙ୍କା ଆୟ କରିଛି। ଏହି ଦୃଷ୍ଟିରୁ ଅନୁମାନ କରାଯାଉଛି ରିଲିଜର ପ୍ରଥମ ସପ୍ତାହରେ  ୧୦ କୋଟି ଟଙ୍କା ଆୟ କରିବାରେ ସଫଳ ହେବ। ବିଦ୍ୟୁତଙ୍କ ଏହି ଫିଲ୍ମରେ ହଲିଉଡ ନିର୍ଦ୍ଦେଶକ ଚକ୍‌ ରସେଲ ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମକୁ ଛୋଟ ପିଲା ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଫିଲ୍ମରେ ପୂଜା ସାବନ୍ତ, ଆଶା ଭଟ୍ଟ, ମକରନ୍ଦ ଦେଶପାଣ୍ଡେ, ଅତୁଲ କୁଲକର୍ଣ୍ଣି ଏବହ ଅକ୍ଷୟ ଓ୍ବରୟ ଅଭିନୟ କରିଛନ୍ତି। ଏହି ସମୟରେ ରିଲିଜ କେଶରୀକୁ ବି ଟକ୍କର ଦେଉଛି ଜଙ୍ଗଲୀ। ଅକ୍ଷୟ କୁମାର ଓ ପରିଣିତି ଚୋପ୍ରାଙ୍କୁ ଅଭିନୀତ କେଶରୀଠାରୁ ମଧ୍ୟ ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇପାରିଛି।

ଜଙ୍ଗଲୀରେ ହାତୀ ଓ ମଣିଷର ବନ୍ଧୁତା ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଚକ୍‌ ରସେଲ। ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି କମାଣ୍ଡୋ ଫେମ୍‌ ବିଦ୍ୟୁତ୍‌ ଜାମ୍‌ବାଲ୍‌। ଫିଲ୍ମ ଜଙ୍ଗଲୀର ନିର୍ମାଣ ୨୨ କୋଟି ବ୍ୟୟରେ କରାଯାଇଛି।

Comment