ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଟାଉନର ଅନେକ କିଛି ଚର୍ଚ୍ଚା ହୋଇଥାଏ। ଏବେ ଏହି ଚର୍ଚ୍ଚାରେ ଆଉ ଦୁଇଟି ନାଁ ଯୋଡ଼ି ହୋଇଯାଇଛି। ସେମାନେ ହେଉଛନ୍ତି ଟାଇଗର ଶ୍ରଫ ଓ ଦିଶା ପାଟନୀ।

ଉଭୟଙ୍କୁ ନେଇ ଢେର ସାରା ଗସିପ। ବାଗି-୨ ଫିଲ୍ମ ଏହି ଚର୍ଚ୍ଚାକୁ ଯେମିତି ଆଉ ଟିକେ ଖୋରାକ ଯୋଗାଇଥିଲା। ଉଭୟଙ୍କୁ ଅନେକ ସ୍ଥାନରେ ସ୍ପଟ କରାଯାଇଥାଏ। ଏକାଠି ଉଭୟ ବୁଲିବାକୁ ଯାଆନ୍ତି ଏପରି କି ଅନେକ ସମୟ ଉଭୟ ଏକାଠି ଡିନର ବି କରୁଥିବା ନଜର ଆସିଛନ୍ତି।

କିନ୍ତୁ କେବେ ବି ନା ଟାଇଗର ନା ଦିଶା ସେମାନଙ୍କ ସମ୍ପର୍କକୁ ନେଇ କ୍ୟାମେରା ସାମ୍ନାରେ କିଛି ମୁହଁ ଖୋଲି କହିନାହାନ୍ତି।

କିନ୍ତୁ ନିକଟରେ ଟାଇଗର ଏକ ସାକ୍ଷାତକାରକୁ ଯାଇଥିଲେ ଯେଉଁଠି ତାଙ୍କୁ ଦିଶାଙ୍କ ସହ ଥିବା ସମ୍ପର୍କ ବାବଦରେ ପଚାରାଯାଇଥିଲା। ଟାଇଗରଙ୍କ ଉତ୍ତର କିଛି ଏମିତି ଥିଲା କି ତାହା ହଁ ବୋଲି ବୁଝାପଡ଼ିବ ଏବଂ ନା ବୋଲି ବି।

ଟାଇଗର କହିଥିଲେ କି ଆମେ ଦୁଇଜଣ ବହୁତ ଭଲ ସାଙ୍ଗ। ସେଥିଲାଗି ଅନେକ ସମୟରେ ଏକାଠି ଡିନର କିମ୍ବା ବୁଲିବାକୁ ଯାଉ। ଯଦି ଏହାକୁ କେହି ଅଲଗା କିଛି ଭାବୁଛନ୍ତି ତେବେ ଭାବିବାକୁ ଦିଅନ୍ତୁ।

ଟାଇଗରଙ୍କ ଏହି ଉତ୍ତରକୁ ନେଇ ଫ୍ୟାନ ମାନେ ଭିନ୍ନ ଭିନ୍ନ କମେଣ୍ଟ ରଖୁଛନ୍ତି। ଦିଶା ଏବେ ସଲମାନଙ୍କ ଫିଲ୍ମ ଭାରତ ଲାଗି ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ଟାଇଗର ମଧ୍ୟ ତାଙ୍କ ଆଗାମୀ ଫିଲ୍ମର ଲୁକ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

 

Comment