ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଅଧିନସ୍ଥ ନାସନାଲ୍ ବିଲ୍ଡିଂ କନ୍ସଷ୍ଟ୍ରକସନ କର୍ପୋରେସନ (ଏନବିସିସି) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନବିସିସି ଇଣ୍ଡିଆରେ ବିଭିନ୍ନ ବିଭାଗରେ ଖାଲିଥିବା ଜେନେରାଲ ମ୍ୟାନେଜର ଓ ଅସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି।

ଏନବିସିସିର ପଦବୀଗୁଡ଼ିକ ପାଇଁ ମାସିକ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏପ୍ରିଲ ୧୫ ଆବେଦନର ଶେଷ ତାରିଖ। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଏନବିସିସିର ଏହି ପଦବୀ ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜେନେରାଲ ମ୍ୟାନେଜର (ଇଞ୍ଜିନିୟରିଂ) – ୫
  • ଆଡିସନାଲ୍ ଜେନେରାଲ ମ୍ୟାନେଜର (କର୍ପୋରେଟ କମ୍ୟୁନିକେସନ) – ୧
  • ଆଡିସନାଲ୍ ଜେନେରାଲ ମ୍ୟାନେଜର (ସିଷ୍ଟମ୍ ) – ୧
  • ଅସିଷ୍ଟାଣ୍ଟ ମ୍ୟାନେଜର (ସଫ୍ଟୱେର ଡେଭଲପର) – ୧

ଯୋଗ୍ୟତା

  • ଜେନେରାଲ ମ୍ୟାନେଜର (ଇଞ୍ଜିନିୟରିଂ)
    • ପ୍ରାର୍ଥୀମାନେ ସିଭିଲ ବିଭାଗରେ ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ।
    • ପ୍ରାର୍ଥୀମାନଙ୍କ ବୟସ ୪୯ ବର୍ଷ ଭିତରେ ହେବା ଆବଶ୍ୟକ
    • ସେମାନଙ୍କ ପାଖରେ ରିୟଲ ଇଷ୍ଟେଟ୍ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅତି କମରେ ୧୫ ବର୍ଷର ଅଭିଜ୍ଞତା ଥିବା ଦରକାର
  • ଆଡିସନାଲ୍ ଜେନେରାଲ ମ୍ୟାନେଜର (କର୍ପୋରେଟ କମ୍ୟୁନିକେସନ)
    • ପ୍ରାର୍ଥୀମାନେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପୋଷ୍ଟ ଗ୍ରାଜୁଏସନ କିମ୍ବା ଡିପ୍ଲୋମା ପାସ କରିଥିବା  ଆବଶ୍ୟକ।
    • ପ୍ରାର୍ଥୀମାନଙ୍କ ବୟସ ୪୫ ବର୍ଷ ଭିତରେ ହେବା ଆବଶ୍ୟକ
    • ସେମାନଙ୍କ ପାଖରେ କର୍ପୋରେଟ କମ୍ୟୁନିକେସନ, ମିଡିଆ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ଅତି କମରେ ୧୨ ବର୍ଷର ଅଭିଜ୍ଞତା ଥିବା ଦରକାର
  • ଆଡିସନାଲ୍ ଜେନେରାଲ ମ୍ୟାନେଜର (ସିଷ୍ଟମ୍)
    • ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ବିଭାଗରେ ‘ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ।
    • ପ୍ରାର୍ଥୀମାନଙ୍କ ବୟସ ୪୫ ବର୍ଷ ଭିତରେ ହେବା ଆବଶ୍ୟକ
    • ସେମାନଙ୍କ ପାଖରେ କମ୍ୟୁନିକେସନ କିମ୍ବା ଇନଫରମେସନ ସିଷ୍ଟମ୍ ପରିଚାଳନା କରିବା କ୍ଷେତ୍ରରେ ଅତି କମରେ ୧୨ ବର୍ଷର ଅଭିଜ୍ଞତା ଥିବା ଦରକାର
  • ଆସିଷ୍ଟାଣ୍ଟ ମ୍ୟାନେଜର (ସଫ୍ଟୱେର ଡେଭଲପର)
    • ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ବିଭାଗରେ ‘ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ।
    • ପ୍ରାର୍ଥୀମାନଙ୍କ ବୟସ ୩୩ ବର୍ଷ ଭିତରେ ହେବା ଆବଶ୍ୟକ
    • ସେମାନଙ୍କ ପାଖରେ ସଫ୍ଟୱେର ଡେଭଲପମେଣ୍ଟ, ୱେବ ଡିଜାଇନ ଆଦି କରିବା କ୍ଷେତ୍ରରେ ଅତି କମରେ ୨ ବର୍ଷର ଅଭିଜ୍ଞତା ଥିବା ଦରକାର

କେମିତି କରିବେ ଆବେଦନ

  • ଏନବିସିସି ଇଣ୍ଡିଆ ଲିମିଟେଡର ୱେବସାଇଟ୍ nbccindia.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘ହ୍ୟୁମାନ ରିସୋର୍ସ’ ଅପ୍ସନ ଉପରେ କ୍ଲିକ୍ କରନ୍ତୁ
  • ‘ହ୍ୟୁମାନ ରିସୋର୍ସ’ ଭିତରକୁ ଯାଇ ‘କ୍ୟାରିୟର’ ଅପ୍ସନକୁ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏନବିସିସି ଇଣ୍ଡିଆ ପକ୍ଷରୁ ଉପରୋକ୍ତ ପଦବୀ ଗୁଡ଼ିକର ଆବେଦନ ପାଇଁ ପ୍ରାର୍ଥୀମାନଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଏହିସବୁ ପଦବୀ ପାଇଁ କେବଳ ପର୍ସନାଲ୍ ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀମାନଙ୍କୁ ବଛାଯିବ।। ଏହି ଇଣ୍ଟରଭ୍ୟୁ କେବେ ହେବ, ସେନେଇ ଏନବିସିସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଆବେଦନ ସମ୍ବନ୍ଧୀୟ ଅଧିକ ସୂଚନା ଏନବିସିସି ଇଣ୍ଡିଆର ୱେବସାଇଟରେ ଉପଲବ୍ଧ।

Tags: #NBCCIndiaLtd #GeneralManager #OnlineApplication #Employment #Interview

 

Comment