ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗଧାଡ଼ିର ଗାୟକ ହେଉଛନ୍ତି ଅଭିଜିତ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ‘ସାତ ସୁରେ ବନ୍ଧା ଏ ଜୀବନ’ ର ଟାଇଟଲ ଗୀତ ଜରିଆରେ ଶ୍ରୋତାଙ୍କ ନିକଟରେ ପହଞ୍ଚି ପାରିଥିଲେ ସେ। ୨୦ରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ଆଲବମରେ କଣ୍ଠଦାନ ଦାନ କରି ସେ ଆଜି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

କଳାକାର ପରିବାରରେ ଅଭିଜିତଙ୍କର ଜନ୍ମ। ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ଦେଖିବାକୁ ମିଳିଥିଲା। ପରେ ବାପା ତାଙ୍କୁ ସଙ୍ଗୀତ ଶିକ୍ଷା ଲାଭ କରିବା ପାଇଁ ଉତ୍ସାହିତ କରିଥିଲେ। ହାଇସ୍କୁଲ ପାଠପଢ଼ା ସମୟରୁ ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା ଲାଭ ଆରମ୍ଭ କରିଥିଲେ ଅଭିଜିତ। ଶାସ୍ତ୍ରୀୟ ସଙ୍ଗୀତରୁ ଆରମ୍ଭ ହୋଇଥିଲା ଅଭିଜିତଙ୍କର ସଙ୍ଗୀତ ଜୀବନ ଯାତ୍ରା।

ଇଂଜିନିୟରିଂ ପଢ଼ା ସାରି ଉଚ୍ଚ ବେତନରେ ଚାକିରି କରୁଥିବା ଅଭିଜିତ ସଙ୍ଗୀତ ପାଇଁ ନିଜ ଚାକିରି ଛାଡ଼ି ଦେଇଥିଲେ। ସଙ୍ଗୀତ ଏବେ ତାଙ୍କର ନିଶା ଏବଂ ପେଶା ପାଲଟିଯାଇଛି। ୨୦୦୮ ମସିହାରେ ଏକ ରିୟଲିଟି ସୋ’ରେ ବିଜୟୀ ହେବା ପରେ ଓଡ଼ିଆ ସିନେମାନେ ଗୀତ ଗାଇବାକୁ ତାଙ୍କ ମିଳିଥିଲା ବଡ଼ ସୁଯୋଗ। ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିଚଢ଼ି ଚାଲିଛନ୍ତି।

କେବଳ କଣ୍ଠଶିଳ୍ପୀ ନୁହଁନ୍ତି ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସେ ଏବେ ଆଗକୁ ଆସିଛନ୍ତି। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ଅଭିଜିତ ମିଶ୍ରଙ୍କ ସଙ୍ଗୀତ-ଜୀବନ କାହାଣୀ।

Tags: #Entertainment #OdiaCinemaSong #ClassicalMusic #OdishaSong #AbhijitMishra #Interview

Comment