ଓଡ଼ିଶାଲାଇଭ୍‌ ବ୍ୟୁରୋ

କାମର ଚିନ୍ତା, ଅନିୟମିତ ଜୀବନଶୈଳୀ ଯୋଗୁଁ ଆଜିକାଲି ଖୁବ୍ କମ୍ ବୟସରେ ଲୋକମାନେ ରକ୍ତଚାପ ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ହେଲେ ଏହି ସମସ୍ୟାକୁ ଦୂରେଇବା ପାଇଁ  ଔଷଧ ସେବନ ଅପେକ୍ଷା ଜୀବନଶୈଳୀକୁ ସୁଧାରିବା ପାଇଁ ଉଦ୍ୟମ କଲେ ଆପଣ ଏଥିରୁ ମୁକ୍ତି ପାଇପାରିବେ।

ଜାଣନ୍ତୁ ଏହାର ଉପାୟ…

  • ଖାଦ୍ୟପେୟକୁ ନିୟନ୍ତ୍ରିତ କରନ୍ତୁ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଆମିଷ ଇତ୍ୟାଦି ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ। ତା ବଦଳରେ ସିଝା ତରକାରୀ, ଗଜାମୁଗ, ବୁଟ, ସାଲାଡ୍ ଖାଇବା ଉପରେ ଗୁରୁତ୍ୱ ଦିଅନ୍ତୁ।
  • ଅଫିସ୍ ଟେନ୍‌ସନକୁ ଅଫିସ୍‌ରେ ଛାଡ଼ି ଆସନ୍ତୁ। ସେ ବିଷୟରେ ବାରମ୍ବାର ଚିନ୍ତା କଲେ ଆପଣଙ୍କର ରକ୍ତଚାପ ବୃଦ୍ଧି ହେବ ସିନା ସମସ୍ୟାର କୌଣସି ସମାଧାନ ହେବନାହିଁ। ଯଦି ସମ୍ଭବପର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରନ୍ତୁ।
  • ଆଜିକାଲିର ଯୁବପିଢି ରକ୍ତଚାପଜନିତ ସମସ୍ୟାର ସାମ୍ନା କରିବାର ମୁଖ୍ୟ କାରଣ ହେଉଛି ଶାରୀରୀକ ପରିଶ୍ରମର ଅଭାବ। ତେଣୁ ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ବାହାରକୁ ଯାଇ ନ ପାରିଲେ ଘରେ ଯୋଗ ମଧ୍ୟ କରିପାରିବେ। ଏକ ଗବେଷଣାରୁ ଜଣାଯାଇଛି ଯେ ଯୋଗ ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ଠିକ୍ ହେବାର ୫୦ ପ୍ରତିଶତ ସମ୍ଭାବନା ଥାଏ।
  • ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ରକ୍ତଚାପଜନିତ ସମସ୍ୟାର ସାମ୍ନା କରିଥାନ୍ତି। ତେଣୁ ନିଜର ଜୀବନଶୈଳୀକୁ ବଦଳାନ୍ତୁ। ଯଥାସମ୍ଭବ ଖୁସି ରହିବାକୁ ଉଦ୍ୟମ କରନ୍ତୁ। ପରିବାରକୁ ସମୟ ଦେବା ପରେ କିଛି ସମୟ ନିଜ ପାଇଁ ବି ରଖନ୍ତୁ। ଏହି ସମୟରେ ଆପଣ ନିଜ ପସନ୍ଦର କାମ କରିପାରିବେ।
  • କର୍ମଜୀବୀ ହୋଇଥିଲେ ଏକୁଟିଆ ଘରର ଦାୟିତ୍ୱ ନନେଇ ଅନ୍ୟମାନଙ୍କୁ ବି ସାମିଲ କରାନ୍ତୁ । ଯେମିତିକି ଆପଣ ଚାପମୁକ୍ତ ରହିପାରିବେ।

Comment