ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ଅନେକ ଲୋକ ଠିକ୍ ଭାବେ ଖାଦ୍ୟ ହଜମ ହେଉନଥିବା ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ତେବେ ସାମାନ୍ୟ ଧ୍ୟାନ ଦେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ଏହିସବୁ ଖାଦ୍ୟ ହଜମପ୍ରକ୍ରିୟାକୁ ସହଜ କରିଥାଏ।

ବ୍ରୋକୋଲି: ବ୍ରୋକୋଲିର ହଜମକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଥିବା ତନ୍ତୁଜାତୀୟ ଉପାଦାନ ହଜମ କ୍ରିୟାକୁ ଠିକ୍ ଭାବେ ହେବାଲାଗି ସହାୟକ ହୋଇଥାଏ।

ଅଦା: ମସଲା ଭାବେ ବ୍ୟବହାର ହେଉଥିବା ଅଦାର ହଜମ କ୍ରିୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଏହା ଗ୍ୟାସ୍ ଏବଂ ପେଟର ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ସପୁରୀ: ସପୁରୀ ଖାଇଲେ ଥଣ୍ଡା ହୋଇଥାଏ ବୋଲି ଅନେକ ଚିନ୍ତା କରନ୍ତି। ପ୍ରକୃତରେ କିନ୍ତୁ ପେଟ ପାଇଁ ଏହା ଖୁବ୍ ଉପକାରୀ। ଏହା ଖାଦ୍ୟକୁ ହଜମ କରିବା ସହିତ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର କରିଥାଏ। ତା’ ସହିତ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ। ଏଥିରେ ଏକ ସ୍ୱତନ୍ତ୍ର ପ୍ରକାର ଏନ୍‌ଜାଇମ୍ ବ୍ରୋମେଲେନ୍ ରହିଥାଏ ଯାହାକି ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ।

ଦହି: ଦହିରେ ଥିବା ବ୍ୟାକ୍ଟେରିଆ ହଜମ କ୍ରିୟାକୁ ତ୍ୱରାନ୍ୱିତ କରେ। ପେଟର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ତ୍ୱଚାରେ ଚମକ ଭରିଦେଇଥାଏ। ତେଣୁ ପ୍ରତିଦିନ ଅଳ୍ପ ମାତ୍ରାରେ ହେଉ ପଛକେ ଦହି ଖାଇବାକୁ ଅଭ୍ୟାସ କରନ୍ତୁ।

Comment