ଓଡ଼ଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ରବିବାର ସଂଧ୍ୟାରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ୯ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେଡି। ଯେଉଁଥିରେ କିଛି ଆସନରେ ଦଳ ନୂଆ ଚେହେରାଙ୍କୁ ଟିକେଟ ଦେଇଛି।
ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଦଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ଜଗତସିଂହପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ ଘୋଷଣା କରିବାରେ ଏହାକୁ ଦଳର କିଛି ନେତା ଓ କର୍ମୀ ବିରୋଧ କରିଛନ୍ତି।
ଏହି ଆସନରୁ ଅନ୍ୟତମ ଆଶାୟୀ ଅମରେନ୍ଦ୍ର ଦାସଙ୍କୁ ଟିକେଟ ମିଳିନଥିବାରୁ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଅଛନ୍ତି। ରବିବାର ଟିକେଟ ଘୋଷଣା ପରେ ଜଗତସିଂହପୁର ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏହାସହିତ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ କୁଶପୁତଳିକା ଦାହ କରିଛନ୍ତି।
ଏପରିକି ବିଷ୍ଣୁଦାସଙ୍କ ରାଜଧାନୀସ୍ଥିତ ବାସଭବନ ସାମ୍ନାରେ ଅମରେନ୍ଦ୍ରଙ୍କ ସମର୍ଥକ ବିକ୍ଷୋଭ କରିଥିଲେ। ଅନ୍ୟପଟେ ଏ ନେଇ ବିଜେଡି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

















