ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଛୋଟ ନବାବ ତୈମୁର ଅଲ୍ଲୀ ଖାନ୍‌ଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କୌଣସି ସୁପରଷ୍ଟାରଙ୍କ ଫ୍ୟାନ୍ସଙ୍କଠୁ କମ୍‌ ନୁହନ୍ତି। ତୈମୁରଙ୍କ ଫଟୋ ଭିଡିଓ ବି ସୋସିଆଲ ମିଡିଆରେ ବି ଖୁବ୍‌ ଭାଇରାଲ ହୋଇଥାଏ। ଏବେ ତୈମୁରଙ୍କୁ ନେଇ ଆଉ ଏକ ଖବର ଆସୁଛି। ସେ ତାଙ୍କ ମା’ କରୀନାଙ୍କ ସହ ଫିଲ୍ମ ଗୁଡନ୍ୟୁଜରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମରେ କରୀନାଙ୍କ ବିପକ୍ଷରେ ଅକ୍ଷୟ କୁମାର ନଜର ଆସିବେ।

ରିପୋର୍ଟ ଅନୁସାରେ ତୈମୁର ଗୁଡନ୍ୟୁଜରେ ଦେଖାଯିବେ। ଫିଲ୍ମରେ ତୈମୁର ୧୦ ମିନିଟ ପାଇଁ ନଜର ଆସିବେ।

ଯଦି ତୈମୁର ଗୁଡ଼ନ୍ୟୁଜରେ ନଜର ଆସନ୍ତି ତେବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ। ଏବେ ଲୋକଙ୍କ ଭିତରେ ତୈମୁରଙ୍କ କ୍ରେଜ ରହିଛି। ତେଣୁ ଫିଲ୍ମରେ ସେ ନଜର ଆସିଲେ ଫିଲ୍ମର ଡିମାଣ୍ଡ ମଧ୍ୟ ବଢ଼ିଯିବ।

ତୈମୁରଙ୍କ ଲୋକପ୍ରିୟତା ଏତେଯେ ୨୦୧୮ରେ ତାଙ୍କ ନାମରେ ଏକ କଣ୍ଢେଇ ବଜାରକୁ ଆସିଥିଲା।

Comment