ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା କରିବା ବେଳେ ନଡ଼ିଆର ଆବଶ୍ୟକତା ରହିଥାଏ। ନଡ଼ିଆ ଓ ନଡ଼ିଆ ପାଣିର ବ୍ୟବହାର ପ୍ରାୟ ସମସ୍ତେ କରିଥାନ୍ତି। ନଡ଼ିଆର ତେଲ ବି ବେଶୀ ବ୍ୟବହାର କରାଯାଇଥାଏ। ଉଭୟ ନଡ଼ିଆ ନଡ଼ିଆ ପାଣିରୁ ଶରୀରକୁ ଶକ୍ତି ମିଳିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏହା ଶରୀରରେ କୌଣସି ରୋଗ ହେବାର ଆଶଙ୍କାକୁ କମ୍‌ କରିଥାଏ। ଜାଣନ୍ତୁ ନଡ଼ିଆ କେଉଁ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ।

  • ନଡ଼ିଆ ହଜମ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ୍, ମିନେରାଲ୍ ଓ ଆମିନୋ ଏସିଡ୍ ରହିଥାଏ। ତେଣୁ ଏହା ଶରୀର ପାଇଁ ଉପଯୋଗୀ।
  • ନିୟମିତ ଭାବେ ନଡ଼ିଆ ଖାଇଲେ ଅଲ୍ସର, ମୂତ୍ରାଶୟ ସଂକ୍ରମଣ, ଗନେରିଆ ଆଦି ରୋଗ ଭଲ ହୋଇଥାଏ।
  • ପେଟରେ କୃମି ହୋଇଥିଲେ ନଡ଼ିଆ କତାକୁ ଭଲ ଭାବେ ସିଝାଇ ପ୍ରତିଦିନ ଖାଲି ପେଟରେ ପିଇଲେ ଉପକାର ମିଳିଥାଏ।
  • ନଡ଼ିଆ ରସ ଦେହ ପାଇଁ ଖୁବ୍ ଉପକାରୀ। ଏହି ରସ ପିଇଲେ ବାତ, ପିତ୍ତ, ଅର୍ଶ ଓ ସ୍ନାୟୁ ଦୁର୍ବଳ ଜନିତ ସମସ୍ୟା ଦୂର ହୋଇଥାଏ।
  • ଦହି ସହିତ ନଡ଼ିଆ ଫୁଲକୁ ବାଟି କିଛି ଦିନ ପିଇଲେ ଶର୍କରା ରୋଗ କମିଥାଏ।
  • ନଡ଼ିଆ ପାଣି ମୂତ୍ରାଶୟ, କିଡନୀ ଓ ବ୍ଲାଡର ସମସ୍ୟା ଦୂର କରିଥାଏ। ଏହା ମଧ୍ୟ ବୃକକ୍ ରୋଗ ପ୍ରଶମିତ କରିଥାଏ ।
  • ନଡ଼ିଆ ଭଲ ଭାବେ ହୋଇ ନ ଥିବାବେଳେ ଅର୍ଥାତ୍ ପଇଡ଼ ଅବସ୍ଥାରେ ଥିଲେ ତାର ପାଣି କୋଷ୍ଠକାଠିନ୍ୟ, ଅମ୍ଳପିତ୍ତ, କୃମିରୋଗ ଇତ୍ୟାଦି ଦୂର କରିଥାଏ।
  • ଚର୍ମ ଓ କେଶ ପାଇଁ ନଡ଼ିଆ ତେଲ ଖୁବ୍ ଉପଯୋଗୀ। ଏହା ସମସ୍ତ ପ୍ରକାର ଆଲର୍ଜିକୁ ଦୂର କରିଥାଏ।
  • ନଡ଼ିଆ ପାଣି ଛୋଟ ପିଲା ଏପରିକି ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍ ଉପକାରୀ। ଏହା କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ନଥାଏ।
  • ପଇଡ଼ ପାଣିରେ କିଛି ଚିନି ମିଶାଇ ପ୍ରତିଦିନ ୨-୩ ଟୋପା ଲେଖାଏଁ ନାକରେ ପକାଇଲେ ଅଧକପାଳୀ ରୋଗ ଭଲ ହୋଇଥାଏ।

Comment