ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶାର ୬ଟି ଲୋକସଭା ଯାଜପୁର,ଭଦ୍ରକ,ବାଲେଶ୍ଵର,ମୟୂରଭଞ୍ଜ,କେନ୍ଦ୍ରପଡ଼ା ଓ ଜଗତସିଂହପୁର ସହ ୪୨ ବିଧାନସଭା ଆସନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ।

ବିଜ୍ଞପ୍ତ ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ, ଏପ୍ରିଲ ୧୦ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୨ତାରିଖ ପ୍ରାର୍ଥିପତ୍ର ପତ୍ୟାହାର କରାଯାଇପାରିବ।

ସାଧାରଣ ନିର୍ବାଚନ ଲାଗି ଏପ୍ରିଲ ୨୯ ତାରିଖ ଭୋଟଗ୍ରହଣ ହେବ। ଅନ୍ୟପଟେ ତିନି ପ୍ରମୁଖ ଦଳ ବିଜେପି , ବିଜେଡି ଓ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here