ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ସଦର ଥାନା ଅନ୍ତର୍ଗତ କରଞ୍ଜିଆ ଛକଠାରେ ଏକ ବାଇକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେଇଛି। ଏହି ଦୁର୍ଘଟଣାରରେ ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦୁଇଜଣ ହେଲେ ବଡ଼ସାହି ବ୍ଲକ ଅଧୀନରେ ଥିବା ଉଠାଣିନୁଆଗାଁ ଅଞ୍ଚଳର ହୃଷିକେଶ ସରଘରିଆ,ଓ ବିଶିକେଶନ ପୃଷ୍ଟି।

ଖବର ମୁତାବକ, ମଙ୍ଗଳବାର ରାତିରେ ବାରିପଦା ଏକ ଲୁଗା ଦୋକାନରେ କାର୍ଯ୍ୟ କରୁଥିବା ବଡ଼ସାହି ଅଞ୍ଚଳର ଦୁଇଜଣ ବ୍ୟକ୍ତି ଦୋକାନ କାମ ସାରି ନିଜ ଘରକୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ଉଦଳା ରୁ ଏକ ଆମ୍ବୁଲାନ୍ସ ଆସୁଥିବା ବେଳେ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ବାଇକ ଚାଳକଙ୍କ ଓ ତାଙ୍କ ସହ ଥିବା ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇ ବାରିପଦା ସଦର ଥାନା ଅଧିକାରୀ ପହଞ୍ଚିଥିଲା। ଦୁଇ ଜଣଙ୍କ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପୋଲିସ୍ ବାରିପଦା ପିଆରଏମ୍‌ ମେଡିକାଲ କୁ ପଠେଇଥିଲା।

Comment