ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିର ଯୁବପିଢ଼ି ସେମାନଙ୍କର ଓଜନକୁ ନେଇ ବେଶ୍‌ ସଜାଗ। ସେଥିପାଇଁ ନାନା ଉପାୟ ଅବଲମ୍ବନ କରିଥାନ୍ତି। ସେଥିପାଇଁ ସେମାନେ ଟଙ୍କା ଖର୍ଚ୍ଚ କରି ଜିମ୍‌ ଯାଆନ୍ତି ଅଥବା ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତି। କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବିନା ପରିଶ୍ରମରେ ସ୍ଲିମ୍‌ ହେବାକୁ ଚାହିଁଥାନ୍ତି। ହେଲେ କିଛି ଡାଏଟ୍‌ ଉପରେ ଧ୍ୟାନ ଦେଲେ ଆପଣ ପତଳା ହୋଇପାରିବେ।

ସୋମବାର

ଜଳଖିଆ: ୩/୪ କପ୍ କର୍ଣ୍ଣଫ୍ଲେକ୍ସ, ଗୋଟିଏ କଦଳୀ କିମ୍ବା ସେଓ, ୧ କପ୍ କ୍ଷୀର।

ମଧ୍ୟାହ୍ନଭୋଜନ: ଭାତ, ପାଉଁରୁଟି, ଆଳୁ କିମ୍ବା ପାସ୍ତା ବଦଳରେ ରୁଟି ଖାଆନ୍ତୁ। ଏହା ସହ ଖୁବ୍ ଅଳ୍ପ ଚିଜ୍, ନ ହେଲେ ୧ ପିସ୍ ଚିକେନ୍, ସାଲାଡ୍ ଏବଂ କୌଣସି ପ୍ରକାରର ଫଳ ଖାଆନ୍ତୁ।

ରାତ୍ରି ଭୋଜନ: ୧ ପିସ୍ ମାଛ, କୋରା ଛେନା, ସାଲାଡ୍ ଏବଂ ଫ୍ୟାଟ୍ ଫ୍ରି ଆଇସ୍କ୍ରିମ।

ଟିପ୍ସ: ଖାଦ୍ୟ ତାଲିକାରୁ ଅତ୍ୟାଧିକ କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ, ଫଳ, ପରିବାକୁ ବାଦ୍ ଦିଅନ୍ତୁ। ଅଳ୍ପ ଅଳ୍ପ କରି ପାଞ୍ଚ ଛଅଥର ଖାଆନ୍ତୁ।

ମଙ୍ଗଳବାର

ଜଳଖିଆ: ସକାଳୁ ଖାଲିପେଟରେ ଲେମ୍ବୁ ଏବଂ ମହୁ ପାଣି ପିଅନ୍ତୁ। ୧ ଘଣ୍ଟା ପରେ ଫ୍ୟାଟ୍ ଫ୍ରି କ୍ଷୀର ପିଅନ୍ତୁ। ଇଚ୍ଛା ହେଲେ ଗୋଟିଏ ସେଓ କିମ୍ବା କଦଳୀ ଖାଇପାରନ୍ତି।

ମଧ୍ୟାହ୍ନଭୋଜନ: ୨ଟି ରୁଟି, ଗିନାଏ ଭାତ ସହିତ ସନ୍ତୁଳା

ସ୍ନାକ୍ସ: ଚା ସହିତ ବିସ୍କୁଟ । (ଗ୍ରୀନ୍ ଟି ହେଲେ ଆହୁରି ଭଲ)

ରାତ୍ରିଭୋଜନ: ସାଣ୍ଡୱିଚ୍ ସହ ବିଭିନ୍ନ ପ୍ରକାର ସାଲାଡ୍

ବୁଧବାର

ଜଳଖିଆ: ଦିନର ଆରମ୍ଭ କଫିରୁ କରନ୍ତୁ। ଓଟ୍ ସହିତ ଗିଲାସେ କ୍ଷୀର ଏବଂ ଏହା ସହ ଗୋଟେ ଛୋଟ କଦଳୀ ଉପରେ ମହୁ ଲଗାଇ ଖାଇପାରିବେ।

ମଧ୍ୟାହ୍ନଭୋଜନ: ୧ କପ୍ ଭାତ, ଡାଲି, ପରିବା ତରକାରୀ, ଅଙ୍ଗୁର କିମ୍ବା କଦଳୀ ଭଳି କିଛି ଫଳ ଖାଇପାରିବେ।

ରାତ୍ରିଭୋଜନ: ସିଝା ଚିଙ୍ଗୁଡ଼ି ୨ଟି, ପରିବା ତରକାରି, ରୁଟି

ଗୁରୁବାର

ଜଳଖିଆ: ସେଓ, କଦଳୀ ଏବଂ ଫ୍ୟାଟ୍ ଫ୍ରି ଦହି

ମଧ୍ୟାହ୍ନଭୋଜନ: ଟମାଟୋ ସୁପ୍, ମୂଳା ଭଜା ବା ସିଝା, ଅଳ୍ପ ଚିକେନ୍, କିଛି ସାଲାଡ୍, ଦୁଇଟି ରୁଟି, ୧ କପ୍ ପରିବା ତରକାରି

ରାତ୍ରିଭୋଜନ: ଅକାଣ୍ଡିଆ ଚାଉଳର ଭାତ ସହିତ ଗିନାଏ ପରିବା ତରକାରି।

ଶୁକ୍ରବାର

ପ୍ରାତଃଭୋଜନ: ୧ କପ୍ ଯେକୌଣସି ପ୍ରକାର କୋଳି, କିଛି ଆଲମଣ୍ଡ ଏବଂ ଅଳ୍ପ ଫ୍ୟାଟ୍ ଫ୍ରି କ୍ଷୀର

ମଧ୍ୟାହ୍ନଭୋଜନ: କିଛି ବିନ୍‌ସ ଭଜା, ଗୋଟିଏ ରୁଟି, ଗିନାଏ ପରିବା ତରକାରି କିମ୍ବା ଚିଜ୍, କିଛି କାକୁଡ଼ି ସାଲାଡ୍

ରାତ୍ରିଭୋଜନ: ଦୁଇଟି ରୁଟି ସହିତ ସାଲାଡ୍

ଶନିବାର

ଜଳଖିଆ: ଦୁଇଟି ଇଡିଲି ବା ରୁଟି, ପରିବା ତରକାରୀ, ୧ଟି କଦଳୀ, ଫ୍ୟାଟ୍ ଫ୍ରି କ୍ଷୀର

ମଧ୍ୟାହ୍ନଭୋଜନ: ଗୋଟିଏ ରୁଟି, ୧ କପ୍ ଭାତ, ଅଳ୍ପ ଦହି, ୧ ପିସ୍ ମାଛ ତରକାରି, କିଛି ସାଲାଡ୍

ରାତ୍ରିଭୋଜନ: ଭାତ, କିଛି ପରିବା ତରକାରୀ ଏବଂ ଗୋଟିଏ ସେଓ

Comment