ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ଆସନରୁ ଏଥର ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇନି ବିଜେଡିା ତାଙ୍କ ଜାଗାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ବିଜେଡିା ବାବାଙ୍କୁ ତ ଟିକେଟ ମିଳିଲାନି ତାଙ୍କ ଜ୍ୱାଇଁ ପ୍ରିୟଦର୍ଶି ମିଶ୍ରଙ୍କୁ ବି ଭୁବନେଶ୍ୱର-ଉତ୍ତରରୁ ଟିକେଟ ଦେଇନି ବିଜେଡିା

ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପାଟ୍ଟାଶାଣୀଙ୍କ ପ୍ରତିକ୍ରିୟା ଚାହିଁଥିଲୋ ହେଲେ ସେ ରୋକଠୋକ କହିଥିଲେ ‘ମତେ କଣ୍ଟ୍ରୋଭର୍ସି’କୁ ଟାଣନିା ଆମ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍।

ପାଟ୍ଟଶାଣୀ ଭୁବନେଶ୍ୱର ଲୋକସଭା ଆସନରୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତିା ଏଥର ବି ସେ ଟିକେଟ ନେବାକୁ ଆଶା ରଖିଥିଲୋ ନବୀନ ନିବାସ ଯାଇ ଲବି ମଧ୍ୟ କରିଥିଲୋ କିନ୍ତୁ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡ଼ିଛିା

ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନବୀନ ଘୋଷଣା କରିଛନ୍ତିା

ଅରୂପ ପଟ୍ଟନାୟକଙ୍କୁ ଟିକେଟ୍ ମିଳିବା ପ୍ରସଙ୍ଗରେ ପାଟ୍ଟଶାଣୀ କହିଛନ୍ତି, ‘‘ହୁଏତ ସେ ମୋ’ ଠାରୁ ଅଧିକ ଦକ୍ଷା ସେଥିପାଇଁ ଦଳ ତାଙ୍କୁ ଟିକେଟ୍ ଦେଇଛିା ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍।’’

LEAVE A REPLY

Please enter your comment!
Please enter your name here