ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ପରେ ନବୀନ କୋରାପୁଟର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର।

ଜୟପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ସଭାରେ ନବୀନ ସିଧା କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରରୁ ଆସୁଥିବା ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

‘‘ନିର୍ବାଚନୀ ଇସ୍ତହାରରେ ଚାଷୀମାନଙ୍କ ସମସ୍ୟାକୁ ୧ ନମ୍ବରରେ ରଖାଯାଇଛି। ଚାଷୀଙ୍କ ପାଇଁ ଆମ ସରକାର ଅନେକ କାମ କରିଛନ୍ତି। ଚାଷୀଙ୍କ ପାଇଁ କାଳିଆ ଯୋଜନା ହୋଇଛି। ୪୦ ଲକ୍ଷ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଉ ୨୫ ଲକ୍ଷ ଚାଷୀଙ୍କୁ ଯୋଜନାରେ ଯୋଡ଼ା ଯିବ’’, କହିଛନ୍ତି ନବୀନ।

ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘‘ତିତିଲି, ଫାଇଲିନ, ହୁଡହୁଡ ବେଳେ କୌଣସି କେନ୍ଦ୍ର ନେତା ଓଡ଼ିଶା ଆସିଲେ ନାହିଁ। ଏବେ ନିର୍ବାଚନ ସମୟ ଆସିଥିବାରୁ ସେମାନେ ଭୋଟ ପାଇଁ ଓଡ଼ିଶା ଆସୁଛନ୍ତି। ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି ଏବଂ ଆଗକୁ ମଧ୍ୟ ରହିବି।’’

ନବୀନ ଆଜି ପୂର୍ବାହ୍ନରେ କାଲିମେଳାରେ ନିର୍ବାଚନୀ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

Comment