ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପ୍ରଚାର ଯେତିକି ପାଖେଇ ଆସୁଛି ନେତାଙ୍କର ମାରାଥନ ପ୍ରଚାର ସେତିକି ଜୋରଦାର ହେଉଛି। ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶାରେ କେନ୍ଦ୍ର ନେତାଙ୍କର ସୁଅ ଛୁଟିଛି। ଏହି ମଧ୍ୟରେ ପୁଣିଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ରାହୁଲ ଏପ୍ରିଲ ୯ରେ ଓଡ଼ିଶା ଆସିବେ। ସେ ଦିଗପହଣ୍ଡିରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ। ଏହା ପୂର୍ବରୁ ଏପ୍ରିଲ ୪ରେ ରାହୁଲଙ୍କର ଆସିବାର ଥିଲା। ପରେ ରାହୁଲଙ୍କ ଗସ୍ତରେ ପରିବର୍ତ୍ତନ କରାଯାଇଥିଲା।

Comment