ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବରିଷ୍ଠ ବିଜେପି ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇ ଦେଇଛନ୍ତି।

ସୁମିତ୍ରା ମହାଜନ ମଧ୍ୟ ପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ ୮ ଥର ନିର୍ବାଚିତ ହୋଇଥିବା ବିଜେପି ନେତା। ତେବେ ଚଳିତ ନିର୍ବାଚନକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବା ବେଳେ ଇନ୍ଦୋର ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।

ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେବାରୁ ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ବିଜେପି ୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନେତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରି ନାହିଁ। ଦଳ ଏଥର ଲାଲ୍‌କୃଷ୍ଣ ଆଡଭାଣୀ, ମୂରଲୀ ମନୋହର ଯୋଶୀ ଓ କଲରାଜ ମିଶ୍ରଙ୍କ ଟିକେଟ୍‌ କାଟିଛି।

ବିଜେପି ସୁମିତ୍ରା ମହାଜନଙ୍କୁ ଟିକେଟ ଦେବ କି ନାହିଁ ସେ ନେଇ ଅନିଶ୍ଚିତତାରେ ଥିବା ବେଳେ ଗୁରୁବାର ସୁମିତ୍ରା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।

Comment