ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୬ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ୫ଟି କାର୍ଯ୍ୟଦିବସ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ୩୭୪ ଏ’ ର ନିୟମ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି। ନିଲମ୍ବିତ ହୋଇଥିବା ସାଂସଦମାନେ ଏଆଇଏଡିଏମ୍‌କେର।

କାବେରୀ ନଦୀରେ ଡ୍ୟାମ୍ ନିର୍ମାଣକୁ ବିରୋଧ କରି ଲୋକସଭାରେ ଏଆଇଏଡିଏମ୍‌କେ ସାଂସଦମାନେ ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟଭାଗରେ ଧାରଣା ମଧ୍ୟ ଦେଇଥିଲେ ଏହି ସାଂସଦମାନେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ୨୬ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି।

କାବେରୀ ନଦୀର ମେକେଦତୁଠାରେ କର୍ଣ୍ଣାଟକ ସରକାର ଏକ ଡ୍ୟାମ ନିର୍ମାଣ କରୁଛନ୍ତି। ଏହି ଡ୍ୟାମ ନିର୍ମାଣ ହେଲେ ତାମିଲନାଡୁର ଅଧିକାଂଶ ଚାଷଜମି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଆଇଏଡିଏମକେ ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ୁଛି ଏଏଆଇଏଡିଏମକେ।

ହେଲେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁ ନଥିବାରୁ ଏଆଇଏଡିଏମ୍‌କେ ସାଂସଦମାନେ ଆଜି ଲୋକସଭାରେ ହଙ୍ଗାମା କରିଥିଲେ।

Comment