ଓଡ଼ିଶାଲାଇଭ୍‌ ବ୍ୟୁରୋ

ହସ ବ୍ୟକ୍ତିତ୍ୱର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ହସ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ହସିବା ନିହାତି ଆବଶ୍ୟକ ହୋଇଥାଏ। ଅଧିକାଂଶ ସମୟରେ ମନଖୋଲି ହସିବାରେ ପ୍ରତିବନ୍ଧକ ସାଜିଥାଏ ହଳଦିଆ ଦାନ୍ତ।

ତେବେ ଦାନ୍ତକୁ ହଳଦିଆପଣରୁ ମୁକ୍ତ କରିବା ପାଇଁ ଆପଣାନ୍ତୁ କେତେକ ଉପାୟ….

ଦାନ୍ତକୁ ଧଳା ରଖିବାକୁ ଚାହୁଁଥିଲେ ଫୁଲକୋବି ଖାଆନ୍ତୁ। ଫାଇବରଯୁକ୍ତ ଫୁଲକୋବିକୁ ଖାଇବାବେଳେ ଚୋବାଇବାକୁ ପଡ଼ିଥାଏ। ଯାହାଦ୍ୱାରାକି ଅଧିକ ପରିମାଣର ସାଲିଭା ସୃଷ୍ଟି ହୋଇଥାଏ। ଏହି ସାଲିଭା ଦାନ୍ତର ଏନାମେଲ୍ ଉପରେ ଲାଗିଥିବା ଅପରିଷ୍କାର ପରସ୍ତକୁ ସଫା କରିଦେଇଥାଏ । ତେଣୁ ଦାନ୍ତ ଧଳା ଏବଂ ଚିକ୍‌ଚିକ୍‌ ଦିଶିଥାଏ।

ନିୟମିତ ଭାବେ ଗାଜର ଖାଇବା ଦ୍ୱାରା ମଧ୍ୟ ସାଲିଭା ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଥାଏ। ଯାହାଦ୍ୱାରା ଦାନ୍ତ ଧଳା ଦିଶେ।

ସପୁରୀ ହେଉଛି ଏକମାତ୍ର ଖାଦ୍ୟ ଯେଉଁଥିରେ ବ୍ରୋମେଲାଇନ୍ ଥାଏ। ଏହା ପ୍ରାକୃତିକ ଭାବେ ଦାନ୍ତକୁ ସଫା କରିଥାଏ। ସେହିପରି ଦାନ୍ତକୁ ସୁସ୍ଥ ରଖିବାରେ ବି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ଛେନାରେ କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଥିବାରୁ ଏହା ଦାନ୍ତକୁ ସୁସ୍ଥ ରଖେ। ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ଦାନ୍ତ କ୍ଷୟକୁ ରୋକିଥାଏ। ଏହା ମଧ୍ୟ ସାଲିଭା ପ୍ରସ୍ତୁତିକୁ ଶ୍ରୀଘ୍ର କରିଥାଏ।

ଦହିରେ ମଧ୍ୟ ଛେନାପରି ଗୁଣ ଥାଏ। ତେବେ ଏଥିରେ ଫ୍ୟାଟ୍ ବା ଚର୍ବି ଅଂଶ କମ୍ ଥାଏ। ଦହିରେ ଥିବା କ୍ୟାଲସିୟମ୍ ଏବଂ ଫସ୍‌ଫରସ୍ ଏନାମେଲ୍‌କୁ ଶକ୍ତ କରିଥାଏ। ଏନାମେଲ୍ ଶକ୍ତ ହେଲେ ଦାନ୍ତ ମଇଳା ହେବାର ଆଶଙ୍କା କମିଥାଏ।

ସେହିପରି ନିୟମିତ ବ୍ୟବଧାନରେ ଦାନ୍ତକୁ ଲେମ୍ବୁ ସାହାଯ୍ୟରେ ପରିଷ୍କାର କରିବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ରାତିରେ ଖାଇବା ପରେ ଦାନ୍ତ ଘଷିବା ଏକ ଭଲ ଅଭ୍ୟାସ।

ସେଓକୁ ଭଲ ଭାବରେ ଚୋବାଇ ଖାଇଲେ ଏହା ଦାନ୍ତରୁ ବ୍ୟାକ୍ଟେରିଆ ହଟାଇ ଦେଇଥାଏ। ଫଳ କେବଳ ଦାନ୍ତରୁ ବ୍ୟକ୍ଟେରିଆ ସଫାକରେ ତାହା ନୁହେଁ ଏହା ଦାନ୍ତକୁ ମଜବୁତ କରିଥାଏ।

Comment