ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ଅପ୍ ରିମୁଭ୍ ପାଇଁ ଅଧିକାଂଶ ସମୟରେ ଆମେ ବାହାରୁ ଅନ୍ୟ ପ୍ରସାଧନ ସାମଗ୍ରୀ କିଣି ବ୍ୟବହାର କରିଥାଉ। ହେଲେ ଅନେକ ସମୟରେ ତ୍ୱଚା ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ହେଲେ ଘରୋଇ ଉପାୟରେ ମଧ୍ୟ ଆପଣ ମେକ୍ଅପ୍ ରିମୁଭ୍ କରିପାରିବେ।

ଏକ ଚାମଚ ମହୁରେ କିଛି ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ସେହି ମିଶ୍ରଣ ସାହାଯ୍ୟରେ ମେକ୍ଅପ୍‌ ଛଡ଼ାଇବାରେ ବ୍ୟବହାର କରନ୍ତୁ।

ଘରେ ଅଲିଭ୍ ଅଏଲ୍ ଥିଲେ ତାକୁ ମଧ୍ୟ ମେକ୍ଅପ୍ ରିମୁଭର ଭାବେ ବ୍ୟବହାର କରିହେବ। ବିଶେଷ କରି ଶୁଷ୍କ ଏବଂ ସମ୍ବେଦନଶୀଳ ତ୍ୱଚା ପାଇଁ ଏହା ଭଲ କାମ ଦେଇଥାଏ।

ମେକ୍ଅପ୍ ରିମୁଭ୍ ପରେ ଅନ୍ୟ ରସାୟନିକ ସାମଗ୍ରୀ ଦ୍ୱାରା ମୁହଁରେ ଜ୍ୱଳନ ହେଉଥିବାବେଳେ ଅଲିଭ୍ ଅଏଲ୍ ଦ୍ୱାରା ସେପରି ସମସ୍ୟା ହୁଏନାହିଁ। ଅଲିଭ୍ ଅଏଲ୍ ନଥିଲେ ଆପଣ ଜଡ଼ା ତେଲ ବି ବ୍ୟବହାର କରିପାରିବେ। ଏହା ଦ୍ୱାରା ଶୁଷ୍କ ତ୍ୱଚାରେ ତୈଳର ମାତ୍ରା ସନ୍ତୁଳିତ ହୋଇ ରହିଥାଏ।

କ୍ଷୀର: କିଛିକଞ୍ଚା କ୍ଷୀରେ ତୁଳା ବୁଡ଼ାଇ ମୁହଁକୁ ପରିଷ୍କାର କରନ୍ତୁ। ଏହାପରେ ହାଲ୍‌କା ଉଷୁମ ପାଣିରେ ଧୋଇ ପୋଛି ନିଅନ୍ତୁ।

ଭେସ୍ଲିନ୍: ଭେସ୍ଲିନ୍‌କୁ ଆପଣ ଆଖିର ମେକ୍ଅପ୍‌କୁ ରିମୁଭ୍ କରିବା ଲାଗି ବ୍ୟବହାର କରିପାରିବେ।

ଗୋଲାପ ଜଳ: ଘରେ ଅନ୍ୟ କିଛି ପ୍ରସାଧନ ସାମଗ୍ରୀ ନଥିଲେ ଗୋଲାପ ଜଳ ମାଧ୍ୟମରେ ବି ମେକ୍ଅପ୍ ରିମୁଭ୍ କରିହେବ। ଏହା ତ୍ୱଚାକୁ ଉପଯୁକ୍ତ ପୋଷଣ ମଧ୍ୟ ଦେଇଥାଏ।

Comment