ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ଆଇଏଏସ୍‌) ପରୀକ୍ଷାର ରେଜଲ୍ଟ ଶୁକ୍ରବାର ଘୋଷଣା କରାଯାଇଛି। ଏଥିରେ ରାଜସ୍ଥାନର କନିଷ୍କ କଟାରିୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

କନିଷ୍କ ଆଇଆଇଟି ମୁମ୍ବାଇରୁ ବିଟେକ୍‌ ପାସ କରିଛନ୍ତି। ଏହାପରେ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ, ଯେଉଁଥିରେ କେବଳ ସେ ସଫଳ ହୋଇନାହାନ୍ତି ବରଂ ଶୀର୍ଷ ସ୍ଥାନ ଅଧିକାର ବି କରିଛନ୍ତି। ଏହାପରେ ଯେମିତି ଶୁଭେଛାର ସୁଅ ଛୁଟିଥିଲା କନିଷ୍କାଙ୍କ ପାଖକୁ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାଙ୍କ ପ୍ରିତିକ୍ରିୟା ନେବାକୁ ପହଞ୍ଚିଥିଲେ। ନିଜ ସଫଳତା ପାଇଁ ଗଣମାଧ୍ୟମ ଆଗରେ ଖୁସି ବ୍ୟକ୍ତ କରିଛନ୍ତି କନିଷ୍କ।

“ରେଜଲ୍ଟ ବହାରିବାର ସମୟ ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ମୁଁ କେବେ ଭାବିନଥିଲି ରାଙ୍କ ୱାନରେ ମୋ ନାଁ ଆସିବ।”, ଗଣମାଧ୍ୟମରେ କହିଛନ୍ତି କନିଷ୍କ।

ଏହା ସହିତ ସେ ସଫଳତା ଲାଗି ତାଙ୍କ ବାପା, ମା’ ଭଉଣୀ ସହିତ ପ୍ରେମିକାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।

୨୭ ବର୍ଷୀୟ କନିଷ୍କଙ୍କ ଘର ରାଜସ୍ଥାନର ଜୟପୁରରେ। ରିପୋର୍ଟ ଅନୁସାରେ କନିଷ୍କଙ୍କ ବାପା ମଧ୍ୟ ଜଣେ ଆଇଏସ୍‌ ଅଫିସର। ବିଟେକ ପରେ ସେ ଦିଲ୍ଲୀରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

କନିଷ୍କଙ୍କ ସଫଳତା ପାଇଁ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ସେ ଜଣେ ଭଲ ପ୍ରଶାସକ ଭାବେ ସେବା ଯୋଗାଇବେ ବୋଲି କହିଛନ୍ତି। ଦିଲ୍ଲୀରେ ରହି ପାଠ ପଢ଼ିଥୁବା କନିଷ୍କ ରେଜଲ୍ଟ ଘୋଷଣା ହେବା ସମୟରେ ନିଜ ପରିବାର ସହ ଅଛନ୍ତି।

LEAVE A REPLY

Please enter your comment!
Please enter your name here