ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ନଭେମ୍ବର ମାସରେ ନିର୍ବାଚନ ହେବ। ଏଥିପାଇଁ ସୋମବାର ବିଜେପି ପକ୍ଷରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅନେକଗୁଡ଼ିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ବିଜେପି ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ  ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରାଯାଇଛି। ଏଠାରେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଦିୟା କୁମାରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏହା ସହ ଅନେକ ଆସନରେ ବରିଷ୍ଠ ନେତାଙ୍କ ଟିକେଟ ଦିଆଯାଇନାହିଁ।

ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଭୋଟ ଗ୍ରହଣ କରାଯିବ। ଏହାପରେ ଡିସେମ୍ବର ୩ରେ ଭୋଟ ଗଣତି ହୋଇ ଫଳାଫଳ ବାହାରିବ। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୬ ରହିଛି।

ସେହିପରି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବଦୌନୀରୁ ଟିକେଟ ଦିଆଯାଇଛି। ଏହି ତାଲିକାରେ ଏବେ ମଧ୍ୟପ୍ରଦେଶ ସରକାରରେ ଥିବା ବରିଷ୍ଠ ମନ୍ତ୍ରୀମାନଙ୍କୁ ମଧ୍ୟ ନିଜ ନିଜ ଆସନରୁ ଟିକେଟ ମିଳିଛି।

ଏହାପୂର୍ବରୁ ବିଜେପି ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଅଗଷ୍ଟ ୧୭ ଓ ସେପ୍ଟେମ୍ବର ୨୫ ତାରିଖରେ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ କିଛି କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ଟିକେଟ ଦିଆଯାଇଥିଲା। ନଭେମ୍ବର ୨୩ ତାରିଖରେ ମଧ୍ୟପ୍ରଦେଶରେ ଭୋଟ ଗ୍ରହଣ ହେବ।

ଅନ୍ୟପଟେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ୬୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି। ଏଥର ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବ। ଏଠାରେ ନଭେମ୍ବର ୭ ଏବଂ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ।

Tags: #AssemblyElections #CandidateList #BJP #Rajasthan #MadhyaPradesh #Chhattisgarh #Elections #Politics

LEAVE A REPLY

Please enter your comment!
Please enter your name here