ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁନ୍ଦରଗଡ଼ରେ ବିଜେପିର ବିଜୟସଂକଳ୍ପ  ସଭାର ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ମୋଦିଙ୍କ ଗସ୍ତ ନେଇ ବିଜେପି ଶିବିରରେ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ନିର୍ବାଚନ ତାରିଖ ଘୋଷଣ ହେବା ପରେ ଏହା ମୋଦିଙ୍କର ଦ୍ଵିତୀୟ ଓଡ଼ିଶା ଗସ୍ତ। ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ମୋଦି କୋରାପୁଟ ଜୟପୁର ଆସି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ।

ଜୟପୁରରେ ରାଜ୍ୟ ସରକାର ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ମୋଦି। ଏଥର ଗସ୍ତରେ ମୋଦିଙ୍କର ଆଭିମୁଖ୍ୟ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।

Comment