ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫାଇବର୍ ବା ତନ୍ତୁଜାତୀୟ ଖାଦ୍ୟର ଅନେକ ମହତ୍ତ୍ୱ ରହିଛି। ଉପଯୁକ୍ତ ପରିମାଣର ଫାଇବର୍ ନ ଖାଇଲେ ହୃଦ୍‌ରୋଗ ତଥା ମେଦବୃଦ୍ଧି ହେବାର ଭୟ ରହିଥାଏ।

-ଶରୀରରେ ଫାଇବର୍ର ଅଭାବ ହେଲେ ବ୍ୟକ୍ତିଙ୍କୁ ସବୁବେଳେ ଭୋକ ଲାଗିଥାଏ। ଏପରିକି ମିଲ୍ ଖାଇସାରିବା ପରେ ବି ଲୋକମାନେ ଅନ୍ୟ କିଛି ଖାଇବାକୁ ଚାହିଁଥାନ୍ତି। ଏପରିସ୍ଥଳେ ସେମାନେ ବିନ୍ସ ତଥା ବିଭିନ୍ନ ଫଳଯୁକ୍ତ ଖାଦ୍ୟ ଖାଇବା ଉଚିତ।

-ଫାଇବର୍ ଆମର ହଜମ ପ୍ରକ୍ରିୟାକୁ ମନ୍ଥର କରିବାରେ ସହାୟକ ହୋଇଥାଏ। ଯାହାଦ୍ୱାରା କି ବ୍ୟକ୍ତିଜଣକ ଖାଦ୍ୟ ଖାଇବାର ଦୀର୍ଘସମୟ ପର୍ଯ୍ୟନ୍ତ ପୂରା ପେଟରେ ଥିବା ଭଳି ଅନୁଭବ କରିଥାନ୍ତି। ତେଣୁ ଅନ୍ୟ କିଛି ଖାଦ୍ୟ ଖାଇବାର ଆବଶ୍ୟକତା ସୃଷ୍ଟି ହୋଇନଥାଏ। ଯାହାକି ପରୋକ୍ଷରେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରେ।

-ଶରୀରରେ ଉପଯୁକ୍ତ ପରିମାଣର ଫାଇବର୍ ନ ରହିଲେ ଝାଡ଼ା ପରିଷ୍କାର ହୋଇନଥାଏ। ଯାହାକି ପରୋକ୍ଷରେ ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣିଥାଏ।

-ଫାଇବର୍ ବା ତନ୍ତୁଜାତୀୟ ଖାଦ୍ୟ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ବିଶେଷ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଏହା ଉପାଦେୟ ହୋଇଥାଏ।

-ଫାଇବର୍ ଜାତୀୟ ଖାଦ୍ୟକୁ ଚୋବାଇ ଖାଇବାକୁ ପଡୁଥିବାରୁ ଏହାକୁ ନ ଖାଇଲେ ଆପଣଙ୍କର ହଜମ କ୍ଷମତା ମଧ୍ୟ କମିଯିବାର ଆଶଙ୍କା ରହିଥାଏ।

-ଫାଇବର୍ ଚୁମ୍ବକ ଭଳି ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ଟାଣି ନେଇ ବାହାର କରିଦେଇଥାଏ। ତେଣୁ ଶରୀରରେ ଉପଯୁକ୍ତ ପରିମାଣର ଫାଇବର୍ ନ ରହିଲେ ଚର୍ବି ଜମା ହୋଇ କୋଲେଷ୍ଟେରୋଲ୍ର ସ୍ତର ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଥାଏ।

-ଫାଇବର୍ ଅଭାବରୁ ବ୍ୟକ୍ତିଙ୍କୁ ଅନେକ ସମୟରେ ନିଦୁଆ ବି ଲାଗିଥାଏ। କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ। ଏପରିସ୍ଥଳେ ତୁରନ୍ତ ଫାଇବର୍ ଜାତୀୟ ଖାଦ୍ୟ ଗ୍ରହଣ କରନ୍ତୁ।

Comment