ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୂର୍ଯ୍ୟ କିରଣ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇଥାଏ। ଖରାରେ କିଛି ସମୟ ବସିଲେ ଶରୀରକୁ ଭିଟାମିନ୍ ଡି ମିଳିଥାଏ। ଏହାଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ। ସୂର୍ଯ୍ୟ କିରଣରେ ଶରୀରକୁ ଏଭଳି ତତ୍ତ୍ୱ ମିଳିଥାଏ ଯାହାଦ୍ୱାରା କ୍ୟାନସଭର ଭଳି ରୋଗ ମଧ୍ୟ ଭଲ ହୋଇଥାଏ। କିନ୍ତୁ ବିଶ୍ୱରେ ଏଭଳି ଦେଶ ଅଛି ଯେଉଁଠି ଲୋକଙ୍କ ପାଇଁ ସୂର୍ଯ୍ୟକିରଣ ଅଭିଶାପ ପାଲଟିଛି।

ବ୍ରାଜିଲର ସାଓପାଓଲୋ ଏଭଳି ଏକ ଗାଁ ଯେଉଁଠି ସୂର୍ଯ୍ୟ କିରଣ ପଡ଼ିଲେ ଲୋକଙ୍କ ଚମଡ଼ା ଜଳିଯାଇଥାଏ। ଏହି ଗାଁର ନାମ ହେଉଛି ଅରାରସ। ଏଠି ଲୋକଙ୍କ ଉପରେ ଖରାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଖରା ଯୋଗୁ ଗରମରେ ତ୍ୱଚା ଲାଲ ପଡ଼ିଯିବା ସହିତ ଦେହହାତ ଫଳିଯାଇଥାଏ। ଅରାରସ ଏଭଳି ଏକ ଗାଁ ଯେଉଁଠି ଅଧିକାଂଶ ଲୋକ ଚାଷ କାର୍ଯ୍ୟରେ ନିୟୋଜିତ। ପେଟ ପାଇଁ ଦିନରେ ବିଲରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି। ପ୍ରବଳ ଗରମ ହେଲେ ଲୋକେ ରାତିରେ କାମ କରିଥାନ୍ତି।

ଲୋକଙ୍କ ଏଭଳି ସମସ୍ୟା ପାଇଁ ସୂର୍ଯ୍ୟ କିରଣ ଦାୟୀ ନୁହେଁ, ବରଂ ଏଠାକାର ଲୋକେ ଅଜବ ରୋଗରେ ପୀଡ଼ିତ। ଏହି ଦୁର୍ଲଭ ରୋଗର ନାଁ ଜେରୋଡର୍ମା ପିଗମେଣ୍ଟସମ୍। ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ମାତ୍ରେ ଶରୀର ଜଳି ପୋଡ଼ି ଯାଇଥାଏ। ଏହି ରୋଗ ଲକ୍ଷେରେ ଜଣଙ୍କୁ ହୋଇଥାଏ। କିନ୍ତୁ ଅରାରସ ଗାଁର ଅଧିକରୁ ଅଧିକ ଲୋକ ଏହି ଗୁରୁତର ରୋଗରେ ପୀଡ଼ିତ। ଏଠି ପାଖାପାଖି ୮୦୦ ଲୋକ ରହିଥାନ୍ତି, ସେଥିରୁ ୬୦୦ ଲୋକ ଏହି ରୋଗରେ ପୀଡ଼ିତ।

Comment