ଓଡ଼ିଶାଲାଇଭ୍‌ ବ୍ୟୁରୋ

କଥାରେ ଅଛି, “ଇଟ୍‌ ବ୍ରେକ୍‌ ଫାଷ୍ଟ ଲାଇକ୍‌ ଏ କିଙ୍ଗ୍‌ ସାଇଜ୍‌, ଲଞ୍ଚ ଲାଇକ୍‌ ଏ ପ୍ରିନ୍ସ ଆଣ୍ଡ ଡିନର୍‌ ଲାଇକ୍ ପୋପର୍‌ ବା ବେଗର୍‌।”

ଶୋଇବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଲେ ଶରୀରକୁ ବିଶେଷ ଭାବେ କ୍ଷତି ପହଞ୍ଚିଥାଏ। କାରଣ ଖାଇ ସାରିବା ପରେ ଆମେ ସିଧାସଳଖ ଶୋଇଥାଉ। ଯାହାଦ୍ୱାରା ଖାଦ୍ୟ ହଜମ ହୋଇ ନଥାଏ। ସାମାନ୍ୟ ଧ୍ୟାନ ଦେଲେ ଆପଣ ସେଥିରୁ ରକ୍ଷା ପାଇପାରିବେ।

ସାଧାରଣତଃ ଆମକୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଖାଦ୍ୟ ପେୟ ଉପରେ ଆମର ଶରୀର ନିର୍ଭର କରିଥାଏ। ଯେଉଁଭଳି ଖାଦ୍ୟ ଖାଇବା ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବିତ ପାକାଇଥାଏ। ରାତ୍ର ଭୋଜନରେ ବା ଡିନର୍‌ରେ ବା ଶୋଇବା ପୂର୍ବରୁ ଆମେ ଏଭଳି କିଛି ଖାଇଥାଉ ଯାହା ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ। ଜାଣନ୍ତୁ ଶୋଇବା ପୂର୍ବରୁ କ’ଣ ଖାଇଲେ ତାହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ।

ଫଳ:

ରାତିରେ ଶୋଇବା ପୂର୍ବରୁ କେବେହେଲେ କୌଣସି ପ୍ରକାର ଫଳ ଖାଆନ୍ତୁ ନାହିଁ। କାରଣ ଫଳରେ ଥିବା ପ୍ରୋଟିନ୍ ସହଜରେ ହଜମ ହୁଏନାହିଁ । ଯାହାଦ୍ୱାରା କି ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥାଏ।

ଦହି:

ଆଗରୁ ଲୋକମାନେ ରାତିରେ ଦହି ଖାଇବା ଦୋଷାବହ କହୁଥିବାର ଆପଣ ଶୁଣିଥିବେ। ତା’ର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ରାତିରେ ଦହି ଖାଇଲେ ସେଥିରେ ଥିବା ଏନ୍‌ଜାଇମ୍ ଯୋଗୁଁ ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ।

ଗରିଷ୍ଠ ଖାଦ୍ୟ:

ରାତିରେ ମାଂସ, ମାଛ ତଥା ତେଲ ମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ଖାଇବା ଅନୁଚିତ। ଯଦିବା ଖାଉଛନ୍ତି ତା’ ହେଲେ ଶୋଇବାର ଅତି କମ୍‌ରେ ଦୁଇ ଘଣ୍ଟା ପୂର୍ବରୁ ଏଭଳି ଖାଦ୍ୟ ଖାଆନ୍ତୁ। ନ ହେଲେ ଗ୍ୟାସ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ହଜମ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

କ୍ଷୀର:

ଅନେକ ଲୋକଙ୍କର ଶୋଇବା ପୂର୍ବରୁ କ୍ଷୀର ପିଇବାର ଅଭ୍ୟାସ ରହିଛି। ପ୍ରକୃତରେ କିନ୍ତୁ ଏହି ଅଭ୍ୟାସ ଶରୀର ପାଇଁ ଭଲ ନୁହେଁ। କାରଣ ଶୋଇବା ପୂର୍ବରୁ କ୍ଷୀର ପିଇଲେ ତାହା ହଜମ ହୁଏନାହିଁ। ପୁଣି ଓଜନ ମଧ୍ୟ ବଢ଼ିବାର ସମ୍ଭାବନା ଅଧିକ ଥାଏ।

କଫି:

ଅନେକ ଲୋକ ରାତିରେ ନିଦ ନ ହେଲେ କଫି ପିଇବାର ଅଭ୍ୟାସ ରଖନ୍ତି। ଶରୀର ପାଇଁ କିନ୍ତୁ ଏହା ଭଲ ନୁହେଁ। କଫି ପିଥବା ଦ୍ୱାରା ଭଲ ନିଦ ହୋଇନଥାଏ। ପୁଣି ରାତିରେ ଚିନିଯୁକ୍ତ କଫି ପିଇବା ଦ୍ୱାରା ମଧୁମେହର ଆଶଙ୍କା ବି ରହିଥାଏ।

ସ୍ନାକ୍ସ:

ରାତ୍ରିଭୋଜନ ପରେ ଚିପ୍ସ, କୋଲଡ୍ରିଙ୍କ୍ସ, ଆଇସ୍କ୍ରିମ୍ ପରି କୌଣସି ପ୍ରକାର ସ୍ନାକ୍ସ ଖାଇବା ଅନୁଚିତ। ଏଥିରେ ପ୍ରଚୁର ପରିମାଣର ଫ୍ୟାଟ୍ ଥିବାରୁ ସହଜରେ ହଜମ ହୁଏନାହିଁ। ତେଣୁ ନିଦ ହେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Comment