ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏପ୍ରିଲ୍ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଶେଷ ହେଉଛି ନିର୍ବାଚନୀ ପ୍ରଚାର। ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଶେଷ ମୁହୂର୍ତ୍ତରେ ସମସ୍ତ ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁରରେ ଭୋଟ୍ ଗ୍ରହଣ କରାଯିବ। ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ନିଜ ନିଜ ପ୍ରଚାର ଜୋରଦାର କରୁଛନ୍ତି। ସବୁଦଳରେ ପ୍ରାର୍ଥୀ ନିଜ ନିଜ ଢଙ୍ଗରେ ପ୍ରଚାର ଚଳାଉଛନ୍ତି। ନିର୍ବାଚନରେ କିଏ ଜିତିବ ସେ କଥା ଦେଖିବାକୁ ବାକି ରହିଲା।

















