ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁମଣ୍ଡଳର ତାପମାତ୍ରା କମ୍ ହୋଇଯିବା ଯୋଗୁଁ ଅନେକ ଲୋକ ଥଣ୍ଡା ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଥଣ୍ଡା ଯୋଗୁ ଗଳାରେ ସଂକ୍ରମଣ ମଧ୍ୟ ହୋଇଯାଏ। ଯଦିଓ ଏହି ସମସ୍ୟା ଅଧିକ ଗୁରୁତର ନୁହେଁ, ତେବେ ଏହାଯୋଗୁ ଖାଦ୍ୟ ଖାଇବା ସମୟରେ କଷ୍ଟ ଅନୁଭବ ହୋଇଥାଏ। ଔଷଧ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଘରୋଇ ଭାବେ ମଧ୍ୟ ଏହାର ଉପଚାର ସମ୍ଭବ।

-ଗରମ ପାଣିରେ କିଛି ଲୁଣ ମିଶାଇ କୁଳି କରନ୍ତୁ। ଦିନରେ ୨ଥର ୧୦ ମିନିଟ୍ ଧରି ଏପରି କଲେ ଆପଣ ଆରାମ ପାଇପାରିବେ।

-ଗଳା ସଂକ୍ରମଣ ହେଲେ ସୋରିଷ ତେଲ ମାଲିସ କରିବା ବହୁ ପୁରୁଣା ଦିନରୁ ରହିଆସିଛି। ଆପଣ ତା’ର ସୁବିଧା ନେଇପାରିବେ।

-ଏକ ଚାମଚ ଡାଲଚିନିଗୁଣ୍ଡ ଏବଂ ଏକ ଚାମଚ ଗୋଲମରିଚ ଗୁଣ୍ଡକୁ ଗରମ ପାଣିରେ ମିଶାଇ କୁଳୁକୁଳୁ କରନ୍ତୁ। ଦିନକୁ ଥରେ ଏକ ସପ୍ତାହ ଏପରି କଲେ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳେ।

-ସମସ୍ତ ପ୍ରକାର ଥଣ୍ଡା ଖାଦ୍ୟକୁ ଏଡାଇ ଚାଲନ୍ତୁ। ଆଇସ୍କ୍ରିମ୍, କୁଲ୍ଫି ପରି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଅଧିକ ଗୁରୁତର ହୋଇଥାଏ।

-ସବୁବେଳେ ତଟକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଯେତେ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ବାସୀ ଖାଦ୍ୟ, ଫ୍ରିଜ୍ରେ ଥିବା ଖାଦ୍ୟ ଦେହ ପାଇଁ କ୍ଷତିକାରକ। ଏ କଥାକୁ ଧ୍ୟାନ ଦିଅନ୍ତୁ।

-ଖାଦ୍ୟରେ ନିୟମିତ ଭାବେ ରସୁଣକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ। ଆବଶ୍ୟକ ହେଲେ ରସୁଣକୁ ପୂର୍ବଦିନ ରାତିରୁ ଭିଜାଇ ସକାଳେ ଖାଲିପେଟରେ ଖାଆନ୍ତୁ।  ରସୁଣ ଭିଜା ହୋଇଥିବା ପାଣି ମଧ୍ୟ ଶରୀର ପାଇଁ ଉପକାରୀ।

-ଗରମ ନାଲି ଚା’ରେ ଲେମ୍ବୁ ଏବଂ ମହୁ ମିଶାଇ ପିଅନ୍ତୁ। କଫ କଟିବାରେ ଏହା ସହାୟକ ହୋଇଥାଏ।

-ଗଳା ସଂକ୍ରମଣ ରୋକିବାକୁ ତେଜପତ୍ରର ମଧ୍ୟ ଅନେକ ଭୂମିକା ରହିଛି। କିଛି ପାଣିରେ ଅଦା, ତେଜପତ୍ର ମିଶାଇ ଫୁଟାଇ ନିୟମିତ ଭାବେ ପିଅନ୍ତୁ।

– କଳାଜିରାକୁ ହାତରେ ଦଳି ଦେଇ ଶୁଘିଂବାକୁ ଚେଷ୍ଟା କରନ୍ତୁ । ଏହା ଥଣ୍ଡାରୁ ଉପଶମ ଦେଇଥାଏ। ଯାହାଦ୍ୱାରା ଗଳା ସଂକ୍ରମଣ ଭଲ ହୋଇଯାଏ।

Comment