ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଭୋଟଗ୍ରହଣ ପୂର୍ବରୁ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଦ୍ରେ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ୪ ନକ୍ସଲଙ୍କୁ ଗିରଫ କରିଛନ୍ତି। ଏମାନେ ନିର୍ବାଚନରେ ବଡ଼ ଧରଣର ଆତଙ୍କ ଘଟାଇବାର ଷଡ଼ଯନ୍ତ୍ର ରଚୁଥିଲେ।
ସୁରକ୍ଷାକର୍ମୀମାନେ ନକ୍ସଲମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛନ୍ତି।
ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ବୁଥମାନଙ୍କରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ନିର୍ବାଚନରେ ନକ୍ସଲଙ୍କ ଉପଦ୍ରବ ଏଡ଼ାଇବା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।


















