ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଳହାଣ୍ଡିର କଂଗ୍ରେସ ସାଂସଦ ପ୍ରାର୍ଥୀ ଭକ୍ତଚରଣ ଦାସ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ନିଜ ପୁଅ ତଥା ଭବାନୀପାଟଣାର ବିଧାୟକ ପ୍ରାର୍ଥୀ ସାଗର ଦାସ ଓ ପତ୍ନୀଙ୍କ ସହ ଆସି ସେ ନିଜ ଭୋଟ ଦେଇଛନ୍ତି।
କଳହାଣ୍ଡିରେ ଅନେକ ମାଓପ୍ରବଣ ବୁଥ ରହିଛି। ସେହିସବୁ ବୁଥରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ କଳାହାଣ୍ଡିରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଚାଲିଛି। ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି।


















