ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜୟ ନାୟକଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସେ ଦଳର ସମ୍ପାଦକ ପଦବୀରେ ଥିଲେ।
ସମ୍ପାଦକ ହେବା ପୂର୍ବରୁ ବିଜୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
୨୦୧୯ ନିର୍ବାଚନ ପାଇଁ ବିଜୟ ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ ଟିକେଟ ଆଶାୟୀ ଥିଲେ। ତାଙ୍କ ସମର୍ଥକମାନେ ନବୀନ ନିବାସ ସମ୍ମୁଖରେ ଆସି ବିଜୟଙ୍କ ପାଇଁ ଟିକେଟ ଲବି କରିଥିଲେ। ହେଲେ ବିଜୟଙ୍କୁ ଟିକେଟ ମିଳି ନଥିଲା।
ନିକଟରେ ପ୍ରିୟଦର୍ଶି ମିଶ୍ର ଏବଂ ଜନ୍ମେଜୟ ଲେଙ୍କାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା।

















