ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ମତଦାନ ଦେଇଛନ୍ତି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ସ୍କୁଲର ୧୬୮ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି ବିକ୍ରମ ପଣ୍ଡା।

ସକାଳ ୭ଟାରୁ ଏହି ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିବା ବେଳେ ମଝିରେ ଇଭିଏମ୍‌ ଅଚଳ ହୋଇପଡ଼ିଥିଲା। ପାଖାପାଖି ଦେଢ଼ ଘଣ୍ଟା ଧରି ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ମତଦାନ କେନ୍ଦ୍ର ସାମ୍ନାରେ ଭୋଟ୍‌ ଦେବା ପାଇଁ ଭୋଟରମାନଙ୍କ ଲମ୍ବା ଲାଇନ୍‌ ଲାଗିଥିଲା।

ବର୍ତ୍ତମାନ ବୁଥ୍‌ରେ ଭୋଟ ଗ୍ରହଣ ସ୍ୱାଭାବିକ ସ୍ଥିତିରେ ପହଞ୍ଚିଛି। ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ମତଦାନରେ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here