ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ମତଦାନରେ ମତ ସାବ୍ୟସ୍ତ କରିଥିବା ଭୋଟରଙ୍କୁ ଧନ୍ୟବାଦ ଦେଇ ନବୀନ କହିଛନ୍ତି, “୨୦୧୪ ତୁଳନାରେ ଏଥର ବିଜେଡି ଭଲ ପ୍ରଦର୍ଶନ କରିବ’’।
କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ହୋଇଥିଲା। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।

















