ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁବାଇରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅର୍ଥାତ ସଉତୁଣୀଙ୍କୁ ଘୋଡ଼ୀ କହିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି କି ସଂପୃକ୍ତା ମହିଳାଙ୍କୁ ୨ ବର୍ଷ ଜେଲ୍ ହୋଇଯାଇଛି। ଖାଲି ସେତିକି ନୁହେଁ ମହିଳାଙ୍କୁ ୪୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ହୋଇଛି।

ବାସ୍ତବରେ ସ୍ୱାମୀଜଣକ ୨୦୧୬ରେ ଫେସ୍‌ବୁକରେ ପୋଷ୍ଟ୍‌ କରିଥିବା ଦ୍ୱିତୀୟ ବିବାହର ଫଟୋକୁ ଦେଖି ସହି ପାରି ନ ଥିଲେ ପ୍ରଥମ ସ୍ତ୍ରୀ। ସେ ପାର୍ସୀ ଭାଷାରେ ଫେସବୁକରେ ୨ଟି ଟିପ୍ପଣୀ ଲେଖିଥିଲେ। ଗୋଟିଏ ଟିପ୍ପଣୀ ଥିଲା ମୂର୍ଖ ଏବଂ ଆଉ ଗୋଟିଏ ହେଲା ଘୋଡ଼ୀ। ପ୍ରଥମ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ଲେଖିଥିଲେ “ତୁମେ ମୋତେ ଏଇ ଘୋଡ଼ୀ ପାଇଁ ଡିଭର୍ସ ଦେଇଦେଲ? ଆଶା କରୁଛି ତୁମେ ଭଲରେ ରୁହ”, ଏତିକି ଲେଖି ଫେସବୁକରେ ପୋଷ୍ଟ କରିଥିଲେ।

ସଂଯୁକ୍ତ ଆରବ ସାଇବର ଅପରାଧ ନିୟମ ଉଲ୍ଲଂଘନ ଅନୁଯାୟୀ, କୌଣସି ବ୍ୟକ୍ତି ଯଦି କାହାକୁ ଅପଶବ୍ଦ ବ୍ୟବହାର କରିବେ ତେବେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯେଉଁଥିପାଇଁ ମହିଳା ଜଣଙ୍କୁ ଜେଲ୍ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here