ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନରେ ଅପରାହଣ ସାଢ଼େ ୩ଟା ସୁଦ୍ଧା ଓଡ଼ିଶାରେ ୫୭% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ଗୁରୁବାର ରାଜ୍ୟ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ଅପରାହଣ ୩.୩୦ ସୁଦ୍ଧା ରାଜ୍ୟରେ ୫୭ ପ୍ରତିଶତ ମତଦାନ ହୋଇଛି।
ସୂଚନା ଅନୁଯାୟୀ,କଳାହାଣ୍ଡିରେ ୫୩ ପ୍ରତିଶତ ଓ କୋରାପୁଟରେ ୫୫ ପ୍ରତିଶତ ମତଦାନ ହୋଇଛି। ସେହିପରି ବ୍ରହ୍ମପୁରରେ ୫୩ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଛି। ନବରଙ୍ଗପୁରରେ ୫୦ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି।
ସକାଳ ୭ଟାରୁ ରାଜ୍ୟରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ତେବେ ମାଓ ଅଧ୍ୟୁସିତ ଅଞ୍ଚଳରେ ମତଦାନ ୪ଟା ପର୍ଯ୍ୟନ୍ତ ଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି। ଅନ୍ୟ ସ୍ଥାନମାନଙ୍କରେ ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।


















