ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଅନ୍ତର୍ଗତ ଭେଜିପଦର ଗାଁରେ ଭୋଟ୍ ବର୍ଜନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ରାମର କୌଣସି ଭୋଟର ମତଦାନ କରିନାହାନ୍ତି। ଗାଁ ଲୋକେ ସାମୂହିକ ଭାବେ ଭୋଟ ବର୍ଜନ କରିଛନ୍ତି। ବୁଥ୍ର ବାହାରେ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି।
ଗାଁକୁ ଏପର୍ଯ୍ୟନ୍ତ ରାସ୍ତାଘାଟ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧା ମିଳିପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି କାରଣରୁ ଗ୍ରାମବାସୀମାନେ ସାମୁହିକ ଭାବେ ଭୋଟ୍ ବର୍ଜନ କରିଛନ୍ତି।
ଭେଜିପଦର ଗାଁର ବୁଥ୍ ନମ୍ବର ୧୬୦ରେ ମୋଟ ଭୋଟର ସଂଖ୍ୟା ୬୬୬ ଜଣ। ଏ ଏପର୍ଯ୍ୟନ୍ତ କୌଣସି ଭୋଟର ମତଦାନ କରିନାହାନ୍ତି।


















