ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୋଟ ଦେଲେ ଯୋଗଗୁରୁ ବାବା ରାମଦେବ। ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହରିଦ୍ୱାର ଲୋକସଭା କ୍ଷେତ୍ରରେ ନିଜ ମତଦାନ ଦେଇଛନ୍ତି। ଭୋଟ ଦେବା ପରେ ରାମଦେବ ସାମ୍ବାଦିକଙ୍କୁ କହିଛନ୍ତି, “ଆଗାମୀ ସରକାରଙ୍କୁ ନେଇ ଭବିଷ୍ୟତ ଚିତ୍ର ଭଲ ଅଛି, ପରିଣାମ ମଧ୍ୟ ଭଲ ହେବା ନେଇ ଆଶା କରାଯାଉଛି।”

ଆଗାମୀ ନିର୍ବାଚନରେ କିଏ ସରକାର ଗଢ଼ିବ ସେନେଇ ଯୋଗଗୁରୁ ରାମଦେବ ଖୋଲାଖୋଲି ଭାବେ କିଛି କହିନାହାନ୍ତି। ୨୦୧୪ରେ ରାମଦେବ ନରେନ୍ଦ୍ର ମୋଦିଙ୍କୁ ଖୁଲମଖୁଲ୍ଲା ସମର୍ଥନ କରିଥିଲେ। ଏମିତିକି ମୋଦିଙ୍କ ସହ ନିର୍ବାଚନ ରାଲ୍ଲୀରେ ମଧ୍ୟ ନଜର ଆସିଥିଲେ। କିନ୍ତ ଚଳିତ ନିର୍ବାଚନରେ ବାବା ରାମଦେବ ବଦଳିଲା ଭଳି ଲାଗୁଛନ୍ତି।

Comment