ଓଡ଼ିଶାଲାଇଭ୍ ବ୍ୟୁରୋ

ଖରାଦିନେ ମିଳୁଥିବା ତରଭୁଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତରଭୁଜ ଖାଇଲେ ଏହା ଗରମରୁ ଆଶ୍ୱସ୍ତି ଦେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏା

-ଏହା ଶରୀରରେ ରକ୍ତଚାପର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଯଦି ରକ୍ତଚାପ ସମସ୍ୟା ରହିଥାଏ ତେବେ ଆପଣ ତରଭୁଜ ଖାଇପାରିବୋ ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ରହିଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରଣ କରେ।

-ଏଥିରେ ଲାଇକୋପିନ୍ ନାମକ ଏକପ୍ରକାର ଉପାଦାନ ରହିଛି ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ।

-ତରଭୁଜରେ କ୍ୟାଲୋରୀର ପରିମାଣ ଖୁବ୍ କମ୍ ରହୁଥିବାରୁ ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ଏହାକୁ ଡାଏଟରେ  ସାମିଲ କରିପାରିବେ।

-ତରଭୁଜରେ ୯୨ ପ୍ରତିଶତ ପାଣି ଓ ମାତ୍ର ୮ ପ୍ରତିଶତ ସୁଗାର ବା ଶର୍କରା ଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇଲେ କିଛି ଅସୁବିଧା ହୋଇନଥାଏ।

-ଏହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ। ଏହା ମଧ୍ୟ ଭିଟାମିନ୍ ଏ, ସି, ବି ୬ର ପ୍ରମୁଖ ଉତ୍ସ।

-ଏଥିରେ ପ୍ରଚୁର ପରିମାଣରେ ବିଟା କାରୋଟିନ୍ ଥାଏ ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ।

Comment