ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ପ୍ରତିକ୍ଷିତ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ୟଅର-୨ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଟାଇଗରଙ୍କ ସହ ଅନନ୍ୟା ପାଣ୍ଡେ ଓ ତାରା ନଜର ଆସିଛନ୍ତି। ଫିଲ୍ମଟି ଷ୍ଟୁଡେଣ୍ଟ ଲାଇଫ୍ ଉପରେ ଆଧାରିତ।

ଟ୍ରେଲରକୁ ରିଅଲ ଲାଇଫ୍ ସହିତ କନେକ୍ଚ କରିବା ସେତେଟା ସହଜ ନୁହଁ। କାରଣ ଟ୍ରେଲରେ କଲେଜ ଲାଇଫକୁ ଟିକେ ଅଧିକ ଗ୍ଲାମରସ ଭାବେ ଦେଖାଯାଇଛି ,ଯାହା କେବେ ହୋଇନଥାଏ।

ତାରା ଓ ଅନନ୍ୟା ଟ୍ରେଲରେ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି। ସେପଟେ ଟାଇଗର ବି ଏକଦମ୍ ରଫ୍ ଏଣ୍ଡ ଟପ୍ ଅନ୍ଦାଜରେ ନଜର ଆସିଛନ୍ତି।

ଟ୍ରେଲରେ ଟାଇଗର ଉଭୟ ତାରା ଓ ଅନନ୍ୟାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଷ୍ଟୁଡେଣ୍ଟ ଅଫ୍ ଦ ୟଅରରେ ଆଲିଆ,ବରୁଣ ଓ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବା ସହ ଏକ ତ୍ରୀକୋଣୀୟ ପ୍ରେମ କାହାଣୀ ଦେଖିବାକୁ ପାଇଥିଲେ ଦର୍ଶକ।

Comment