ଓଡ଼ିଶାଲାଇଭ୍ ବ୍ୟରୋ

କାନ୍ଥ ଘଣ୍ଟା ହେଉ କି ହାତ ଘଣ୍ଟା ସବୁ ଘଣ୍ଟାରେ ୧୨ଟା ବାଜିବ ହିଁ ବାଜିବ। ସାଧାରଣତଃ ଘଣ୍ଟାରେ ୧୨ଟା ବାଜିଲେ ଦିନ ପରିବର୍ତ୍ତନ ହୋଇଥାଏ ବୋଲି ସମସ୍ତେ ଜାଣିଥାନ୍ତି। ରାତିରେ ୧୨ଟା ବାଜିଲେ ଅନ୍ୟ ଏକ ଦିନ ଆରମ୍ଭ ହୋଇଥାଏ। ସେହିପରି ଦିନରେ ୧୨ଟା ବାଜିଲେ ଦ୍ୱିତୀୟ ପହର ହୋଇଥାଏ।

କିନ୍ତୁ ବିଶ୍ୱରେ ଏଭଳି ଘଣ୍ଟା ଅଛି ଯେଉଁଠି କେବେ ବି ୧୨ଟା ବାଜି ନଥାଏ।

ଏହି ଘଣ୍ଟା ସ୍ୱିଜରଲାଣ୍ଡର ସୋଲେଥର୍ନ ସହରରେ ରହିଛି। ଏଠାରେ ଏପରି ଏକ ଘଣ୍ଟା ରହିଛି ଯେଉଁଠି କେବେ ବି ୧୨ଟା ବାଜିନଥାଏ।  ସହରର ଟାଉନ ରକ୍ୱେୟରରେ ଏହି ଘଡ଼ି ଲାଗିଛି।

ଏହି ଘଡ଼ିରେ କେବଳ ୧୧ ଯାଏଁ ସଂଖ୍ୟା ରହିଥିଲା ବେଳେ ୧୨ ନାହିଁ। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଘଣ୍ଟାରେ କେଉଁ କାରଣ ପାଇଁ ୧୨ ସଂଖ୍ୟା ରହିନାହିଁ। ସହରରେ ରହୁଥିବା ଲୋକେ ୧୧ କୁ ଲକି ନମ୍ବର ମାନିଥାନ୍ତି। ଏଠାରେ ଅଧିକରୁ ଅଧିକ ସାମଗ୍ରୀର ଡିଜାଇନ ୧୧ ନମ୍ବରରେ ନିର୍ମିତ ହୋଇଥାଏ।

ଏଠାରେ ଥିବା ଚର୍ଚ୍ଚ ସଂଖ୍ୟା ୧୧ ରହିଛି। ମୁଖ୍ୟ ଚର୍ଚ୍ଚଟିର ନାଁ  ସେଣ୍ଟ ଉର୍ସୁସ ରହିଛି। ଯାହା ୧୧ ବର୍ଷ ହେଲା ନିର୍ମିତ ହୋଇଛି। ଏହି ଚର୍ଚ୍ଚର ଶିଢ଼ି ୧୧ଟି ଥିଲାବେଳେ ଏହାର ୧୧ଟି ଝରକା, ୧୧ଟି ବେଦି ଏବଂ ୧୧ଟି ଘଣ୍ଟା ରହିଛି।

ତାଛଡ଼ା ସହରରେ ସଂଗ୍ରହାଳୟ, ଟାୱାର ମଧ୍ୟ ୧୧ଟି ଲେଖାଏଁ ରହିଛି। ଏହି ୧୧ ନମ୍ବର ପ୍ରତି ଲୋକଙ୍କ ଭଲପାଇବା ପଛରେ ପୌରାଣିକ କାରଣ ଥିବା କୁହାଯାଉଛି।

Comment