ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ ଦାମୀରୁ ଦାମୀ ବ୍ରାଣ୍ଡର ଘଣ୍ଟା ଦେଖିବା ସହ ପିନ୍ଧୁଥିବେ। କିନ୍ତୁ ଆଗ୍ରାର ତାଜନଗରୀ ଗାଁର ଜଣେ ଛାତ୍ର ବିଶ୍ୱର ସବୁଠୁ ବଡ଼ ଘଣ୍ଟା ନିର୍ମାଣ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ଆଗ୍ରାର ଦୟାଲବାଗ ଶିକ୍ଷାନୁଷ୍ଠାନର ଏହି ଛାତ୍ରଙ୍କ ନାଁ ହେଉଛି ସମ୍ପନ୍ନ ସାକ୍ସେନା। ସମ୍ପନ୍ନ ୬୭ ଇଞ୍ଚର ଘଡ଼ି ନିର୍ମାଣ କରିଛନ୍ତି। ବିଶ୍ୱର ଏହା ସବୁଠୁ ବଡ଼ ଘଣ୍ଟା ବୋଲି ଦାବି କରିଛନ୍ତି ସମ୍ପନ୍ନ। ଏହା ପୂର୍ବରୁ ୫୭ ଇଞ୍ଚର ଘଡ଼ି ନିର୍ମାଣ ହୋଇଥିଲା। ଏହି ଘଡ଼ି ଲିମକା ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇ ସାରିଛି। ସେ ଏହି ରେକର୍ଡ ଭାଙ୍ଗିଛନ୍ତି ବୋଲି କହିଛନ୍ତି ସମ୍ପନ୍ନ। ଲିମକା ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ଏହି ଘଡ଼ି ନିର୍ମାଣ ପାଇଁ ମୋ ବାପା ମୋତେ ପ୍ରେରଣା ଦେଇଥିବା କହିଛନ୍ତି ସମ୍ପନ୍ନ।

ବିରାଟ ଘଡ଼ି ନିର୍ମାଣ ପାଇଁ ସମ୍ପନ୍ନଙ୍କୁ ୪୫ ଦିନ ସମୟ ଲାଗିଥିଲା। ତ୍ରିରଙ୍ଗା ରଙ୍ଗରେ ନିର୍ମିତ ହୋଇଥିବା ଏହି ଘଡ଼ିକୁ କାନ୍ଥରେ ଟାଙ୍ଗିବା ପରେ ବହୁତ ସୁନ୍ଦର ଦେଖାଯାଉଛି। ଘଡ଼ିର ସ୍ୱତନ୍ତ୍ରତା ହେଉଛି ଏହା ୧୫ ମିନିଟ୍ ପର୍ଯ୍ୟନ୍ତ ଫୋଲ୍ଡ ହୋଇ ରହିପାରିବ ଏବଂ ଏହି ସମୟ ମଧ୍ୟରେ ଯେଉଁ ସ୍ଥାନକୁ ନେଇ ଯାଇହେବ। ଘଡ଼ିଟିର ବ୍ୟାସ ୫ ଫୁଟ ୭ ଇଞ୍ଚ ରହିଛି।

Comment