ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗ୍ରାର ରୁନକତା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ମାଙ୍କଡ଼ ମା’ କୋଳରୁ ୧୨ ଦିନର ଶିଶୁପୁତ୍ରକୁ ଛଡାଇ ନେଇ ନିର୍ମମ ଭାବେ ତାର ଜୀବନ ନେଇଯାଇଛି। ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟରେ ହଠାତ୍ ମାଙ୍କଡ଼ଟି ଆସି ମା’କୋଳରୁ ପୁଅଟିକୁ ଝାମ୍ପି ନେଇଥିଲା।

ମହିଳା ଜଣକ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ମାଙ୍କଡଟି ପିଲାଟିର ବେକରେ ଦାନ୍ତ ଗଳାଇ ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟଇଥିଲା। ଶବଟିକୁ ଧରି ମାଙ୍କଡ଼ ସେଠାରୁ ଦୌଡିବାକୁ ଚେଷ୍ଟା କରୁଥିଲା। ଲୋକମାନଙ୍କ ପାଟିକରିବା ଫଳରେ ଗୋଟିଏ ଦୋକାନ ଉପରେ ମୃତ ଶିଶୁକୁ ଛାଡି ଚାଲି ଯାଇଥିଲା। ଘଟଣାଟି ସୋମବାର ରାତିରେ ଘଟିଥିଲା।

ଅଟୋଚାଳକଙ୍କ ପତ୍ନୀ କୋଠରୀରେ ୧୨ ଦିନର ପୁଅ ଶନିକୁ କ୍ଷୀର ପିଆଉଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ମାଙ୍କଡ଼ ଶିଶୁଟିକୁ ଛାତ ଉପରେ ଛାଡ଼ି ଚାଲିଯିବା ପରେ ତାକୁ ଉଦ୍ଧାର କରିଥିଲେ।

ସଙ୍ଗେସଙ୍ଗେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

Comment