ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲି ଚାଲି ଥକି ଯିବା ପରେ ସୁଟକେସରେ ବସାଇ ପୁଅକୁ ମା’ ବୋହି ବୋହି ନେଉଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆଗ୍ରାରେ।  

ଲକ୍‌ଡାଉନ୍‌ ବେଳେ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳୁଛି। ସରକାର ଶ୍ରମିକମାନଙ୍କ ପାଇଁ ବସ୍, ଟ୍ରେନର ବ୍ୟବସ୍ଥା କରିଥିଲେ ମଧ୍ୟ କିଛି ଶ୍ରମିକ ଏହାର ସୁବିଧା ପାଉନାହାନ୍ତି। ତେଣୁ କିଏ ସାଇକେଲରେ ତ କିଏ ଚାଲିଚାଲି ଘରକୁ ଫେରୁଛନ୍ତି। ଏଭଳି ଏକ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆଗ୍ରାରେ।

ଏଭଳି ଏକ ଦୁର୍ଦ୍ଦଶାର ଭିଡିଓ ଆଗ୍ରାରେ ଦେଖିବାକୁ ମିଳିଛି। ଜଣେ ମହିଳା ନିଜ ପୁଅକୁ ଟ୍ରଲି ସୁଟକେସ ଉପରେ ବସାଇ ବୋହିକି ନେଉଥିବା ନଜର ଆସିଛି। ମହିଳାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ଚାଲି ଚାଲି ଯାଉଥିବା ଦେଖାଯାଇଥିଲା।

ଏହି ଶ୍ରମିକମାନେ ପଞ୍ଜାବରେ ରହି କାମ କରୁଥିଲେ। ଲକ୍‌ଡାଉନରେ ସେଠାରେ ଫସି ରହିଥିଲେ। ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଝାନ୍ସିର ବାସିନ୍ଦା। ଏହି ଶ୍ରମିକମାନେ ପଞ୍ଜାବରୁ ଚାଲିଚାଲି ଆସିଛନ୍ତି। ସେମାନେ ବୁଧବାର ଆଗ୍ରାରେ ପହଞ୍ଚିଛନ୍ତି।

ଛୋଟ ପିଲାଟି ନିଜ ମା’ ସହ ପଞ୍ଜାବରୁ ଚାଲି ଚାଲି ଆସୁଛି। ପିଲାଟି ଚାଲି ଚାଲି ଥକି ଯିବା ପରେ ତା ମା’ ତାକୁ ସୁଟକେସ ଉପରେ ବସାଇ ବୋହିକି ନେଇଥିଲା।

Comment