ଓଡ଼ିଶାଲାଇଭ୍ ବ୍ୟୁରୋ

ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଆସୁଛି ସ୍ପ୍ରେଡ ହାପିନେସ ପାଉଣ୍ଡେସନ। କେରଳଠାରେ ପ୍ରାଣ ହରାଇଥିବା ସୋରଡ଼ା ବ୍ଲକର ଆସୁରବନ୍ଧ ପଞ୍ଚାୟତର ଗାନ୍ଧୀ ପାତ୍ରଙ୍କ ମରଶରୀରକୁ ସ୍ପ୍ରେଡ ହାପିନେସ ପାଉଣ୍ଡେସନ ତାଙ୍କ ଗାଁରେ ପହଞ୍ଚାଇଛି। ୨୩ ବର୍ଷୀୟ ଗାନ୍ଧୀ ପାତ୍ର ଦିନ ମଜୁରିଆ ଭାବେ କାମ କରିବାକୁ କେରଳ ଯାଇଥିଲେ। କାମ କରିବା ସମୟରେ ଗାନ୍ଧୀ ଢଳେଇ ମେସିନରେ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ସଦସ୍ୟମାନେ ଗାନ୍ଧୀଙ୍କ ମରଶରୀରକୁ ବିମାନ ସାହାଯ୍ୟରେ କେରଳରୁ ଭୁବନେଶ୍ୱର ଆଣିଥିଲେ। ସେଠାରୁ ଏହି ସଂଗଠନ ପକ୍ଷରୁ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗତ ୧୫ ତାରିଖ ରାତିରେ ଆସୁରବନ୍ଧ ଗ୍ରାମରେ ଗାନ୍ଧୀଙ୍କ ମର ଶରୀର ପହଞ୍ଚା ଯାଇଥିଲା। ସ୍ପ୍ରେଡ ହେପିନେସ ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ଏବଂ ସୋରଡ଼ାର ଯୁବ ସ୍ଵେଚ୍ଛାସେବୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ମୃତକଙ୍କ ଗ୍ରାମରେ ପହଞ୍ଚି ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଏହା ପୂର୍ବରୁ ଗତ ଫେବ୍ରୁଆରି ୨୦ ତାରିଖରେ କେରଳ ରାଜ୍ୟର ଏନରକୁଲମଠାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୋରଡା ବ୍ଲକ ବଡ଼ବଦାଙ୍ଗି ଗ୍ରାମର କାଳୁ ନାୟକଙ୍କ ମର ଶରୀରକୁ ଗାଁ ମାଟିରେ ପହଞ୍ଚାଇଥିଲା ସ୍ପ୍ରେଡ ହାପିନେସ ପାଉଣ୍ଡେସନ।

Tags: #SpreadHappinessFoundation #MigrantLabour #DeadBody

Comment