ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତା କଡ଼ରେ କାମ କରୁଥିବାବେଳେ ଟ୍ରକ ମାଡ଼ିଯିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଲୁହୁରାଚଟି ନିକଟରେ।

ବୁଧବାର ବିଳମ୍ବିତ ରାତିରେ କେତେ ଜଣ ଶ୍ରମିକ ଲୁହୁରାଚଟି ନିକଟ ଜାତୀୟ ରାଜପଥ କଡ଼ରେ କାମ କରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଶ୍ରମିକମାନଙ୍କ ଉପରକୁ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Bargarh #Accident #Death #Labour #Sohela #Odisha

LEAVE A REPLY

Please enter your comment!
Please enter your name here