ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବା ସହିତ ବାପା, ମା’ଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ମେ’ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ, ଜଟିଳ ରୋଗର ସର୍ଭେ ଆଶା କର୍ମୀ କରିବେ ବୋଲି କହୁଯାଇଛି। ଏହିସହିତ ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି ମଧ୍ୟ କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ।

ସେହିପରି ଗାଁ ରେ ଲକଡାଉନ୍‌ ଓ ଅସ୍ଥାୟୀ ଶିବିର ସମ୍ପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ। ଏହାଛଡ଼ା ଅକ୍ସିଜେନ ଯୋଗାଣର ସୁପରିଚାଳନା ପାଇଁ  ଟାସ୍କଫୋର୍ସ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comment