ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୨ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି। ଜୁନ୍‌ ୧, ସକାଳ ୫ଟା ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାକିଣି ପାଇଁ ସରକାର ପୂର୍ବରୁ ଯେଉଁ ସମୟ ଧାର୍ଯ୍ୟ କରିଥିଲେ ତାକୁ ପରିବର୍ତ୍ତନ କରି ସକାଳ ୭ଟାରୁ ୧୧ ଟା ଯାଏଁ ରଖିଛନ୍ତି। ପୂର୍ବରୁ ଏହା ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଥିଲା। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

‘‘ରାଜ୍ୟରେ ଗତ ୧୦ ଦିନ ହେଲା ରାଜ୍ୟରେ ସଂକ୍ରମଣ ସ୍ଥିର ହୋଇଛି। ଏହାସହିତ ସୀମାନ୍ତ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମିଛି। ଲକାଡାଉନ୍‌ ଯୋଗୁଁ ଏହା ସମ୍ଭବ ହୋଇଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକଡାଉନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି’’, କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଲକ୍‌ଡାଉନର ଉଦ୍ଦେଶ୍ୟ ଲୋକଙ୍କ ଯାତାୟତକୁ ରୋକିବା। ଯାହାଦ୍ୱାରା କୋଭିଡ ସଂକ୍ରମଣର ଚେନ୍‌ ଭାଙ୍ଗିବା ପାରିବ। ତେଣୁ ଜନସାଧାରଣ ଲକଡାଉନ୍‌ ନିୟମ ପାଳନ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଅପିଲ୍‌ କରିଛନ୍ତି।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ମାଲ ପରିବହନ ଜାରି ରହିବ। କିନ୍ତୁ ଏଥର ବାହାଘରରେ ଅତିଥିଙ୍କ ସଂଖ୍ୟା କମାଇ ୫୦ରୁ ୨୫ ଜଣ ରଖିଛନ୍ତି। ମାତ୍ର କୌଣସି ପ୍ରକାର ଭୋଜି ଭାତକୁ ଅନୁମତି ମିଳିବ ନାହିଁ। ଅତିଥିମାନଙ୍କୁ ଖାଦ୍ୟ ପାର୍ସଲ ଦିଆଯାଇପାରିବ ବୋଲି ସେ କହିଛନ୍ତି।କ’ଣ ଖୋଲା?

କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି ରହିବ। ଫ୍ଲିପ୍‌କାର୍ଟ, ଆମାଜନ, ଜମାଟୋ ଆଦିର ଡେଲିଭରି ବୟଙ୍କୁ ମଧ୍ୟ ଅନୁମତି ମିଳିବ। ଛାପା, ବୈଦ୍ୟୁତିକ, ଗଣମାଧ୍ୟମ, ଓ୍ୱେବ ମିଡିଆକୁ ଅନୁମତି ମିଳିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବାକୁ ଅନୁମତି ମିଳିବ।ସପ୍ତାହରେ ରବିବାରକୁ ଛାଡ଼ି ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଟିକାକରଣ ଜାରି ରହିବ।

କ’ଣ ବନ୍ଦ?

ଲକଡାଉନ ସମୟରେ ବସ୍‌, ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ, ସିନେମା ହଲ୍‌, ମଲ୍‌, ସେଲୁନ, ପାର୍ଲର, ସ୍ପା, ମାର୍କେଟ କମ୍ଲେକ୍ସ, ଜିମ୍‌, ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ମଧ୍ୟ ବନ୍ଦ ହେବ।ଦ୍ୱିତୀୟ ପର୍ଯ୍ୟାୟରେ ବି ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍‌ ଜାରି ରହିବ।

ମାର୍ଚ୍ଚ ୫ରୁ ସାରାରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା। ୧୯ ତାରିଖରେ ଏହି ୧୪ଦିନିଆ ଲକ୍‌ଡାଉନ ସରିବାର ଥିଲା। ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ପୁଣିଥରେ ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment