ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଳବତ୍ତର ଥିବା ଲକଡାଉନ୍ ପ୍ରକ୍ରିୟାକୁ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ କୋହଳ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣ ହାରକୁ ଦେଖି ସମଗ୍ର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କାଟାଗୋରୀ ଓ ଅନ୍ୟଟି ‘ବି’ କାଟାଗୋରୀ। ୫ପ୍ରତିଶତରୁ କମ୍ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକୁର କାଟାଗୋରୀ ‘ଏ’ରେ ରଖାଯାଇଛି। ଏଥିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ରହିଥିବାବେଳେ, କାଟାଗୋରୀ ‘ବି’ରେ ୧୩ଟି ଜିଲ୍ଲା ରହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଥଲା। ଗୁରୁବାର ଏହି ଲକଡାଉନ୍ ପ୍ରକ୍ରିୟା ସରୁଥିବାରୁ, ବୁଧବାର ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେ ସମ୍ପର୍କରେ ସୂଚନା ଦିଆଯାଇଛି।କାଟୋଗୋରୀ ‘ଏ’ରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି।

କାଟାଗୋରୀ ‘ବି’ରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ସବୁ ଖୋଲାରଖିବାକୁ ଅନୁମତି ମିଳିଛି। ଏଥିସହ ଏହି ଜିଲ୍ଲାମାନଙ୍କରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।କାଟାଗୋରୀ ‘ଏ’ରେ କ’ଣ ଖୋଲା ଏବଂ କ’ଣ ବନ୍ଦ

  • ସମସ୍ତ ଦୋକାନ  ଖୋଲା ରହିବ
  • ଉଠାଦୋକାନୀ ବିକ୍ରୀ କରିପାରିବେ
  • ପାସର୍ଲ ଜରିଆରେ ଦେବାକୁ ଅନୁମତି
  • ସକାଳ ୬ରୁ ୯ପର୍ଯ୍ୟନ୍ତ ମଣ୍ଣିଂଓ୍ବାର୍କ, ସାଇକେଲିଙ୍ଗକୁ ଅନୁମତି
  • ମଲ, ସିନେମା ହଲ୍, ସେଲୁନ, ଜିମ୍, ପାର୍ଲର ବନ୍ଦ ରହିବ
  • ସଭା, ସମିତି ହୋଇପାରିବ ନାହିଁ
  • ସୁଇମିଙ୍ଗ ପୁଲ୍ ବନ୍ଦ ରହିବ
  • ମନ୍ଦିର ଖୋଲିବ ନାହିଁ
  • ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯାହା ନିଷ୍ପତ୍ତି ହୋଇଥିଲା ସେୟା ଲାଗୁ ରହିବ
  • ଯାତ୍ରା, ଆଉଟ୍ ଡୋର୍ ସୁଟିଙ୍ଗ ବନ୍ଦ ରହିବ
  • ସରକାରୀ ଓ ବେସରକାରୀ ଅଫିସ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ

କାଟାଗୋରୀ ‘ବି’ରେ କ’ଣ ଖୋଲା ଏବଂ କ’ଣ ବନ୍ଦ

  • ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ
  • ସମସ୍ତ ମିଠା ଦୋକାନ ଖୋଲା
  • ଟିକାକରଣ, ଟେଷ୍ଟିଂ ଓ ସ୍ଵାସ୍ଥ୍ୟସେବା କାର୍ଯ୍ୟ ଜାରି ରହିବ
  • ହୋମ୍ ଡେଲିଭରୀକୁ ସେବା ଜାରି ରହିବ
  • ସକାଳ ୬ରୁ ୯ପର୍ଯ୍ୟନ୍ତ ମଣ୍ଣିଂଓ୍ବାର୍କ, ସାଇକେଲିଙ୍ଗକୁ ଅନୁମତି
  • ବାଇସାଇକେଲ୍ ଦୋକାନ, ଅଟୋ ମୋବାଇଲ ସର୍ଭିସ ଖୋଲା ରହିବ
  • କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ବନ୍ଦ ରହିବ
  • ଜୁଲାଇ ୧ ପର୍ଯ୍ୟନ୍ତ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିବ
  • ସେଲୁନ୍, ସ୍ପା ବନ୍ଦ ରହିବ
  • ସଭା, ସମିତି ହୋଇପାରିବ ନାହିଁ
  • ସୁଇମିଙ୍ଗ ପୁଲ୍ ବନ୍ଦ ରହିବ
  • ମନ୍ଦିର ଖୋଲିବ ନାହିଁ
  • ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯାହା ନିଷ୍ପତ୍ତି ହୋଇଥିଲା ସେୟା ଲାଗୁ ରହିବ
  • ଯାତ୍ରା, ଆଉଟ୍ ଡୋର୍ ସୁଟିଙ୍ଗ ବନ୍ଦ ରହିବ
  • ସରକାରୀ ଓ ବେସରକାରୀ ଅଫିସ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ

Comment