ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୧୪ଦିନିଆ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଭାବେ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସମଗ୍ର ରାଜ୍ୟରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ଜାଣନ୍ତୁ।

କ’ଣ ଖୋଲାରହିବ?

  • ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲା ରହିବ
  • ସ୍ଵାସ୍ଥ୍ୟସେବା, ଟିକାକରଣ, ଟେଷ୍ଟିଂ ପ୍ରକ୍ରିୟା ଜାରି ରହିବ
  • ମିଠା ଦୋକାନୀ ଏବଂ ଉଠା ଦୋକାନୀମାନେ ବିକ୍ରୀ କରିପାରିବେ
  • ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମଣ୍ଣିଂଓ୍ବାକ, ସାଇକେଲିଙ୍ଗ କରିପାରିବେ
  • ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ
  • ସାଇକେଲ, ଗାଡି ବିକ୍ରୀ ଏବଂ ମରାମତି ଦୋକାନ ଖୋଲା

କ’ଣ ବନ୍ଦ ରହିବ?

  • ମଲ୍, ଜିମ୍, ସେଲୁନ୍, ସ୍ପା ଓ ସିନେମା ହଲ୍ ବନ୍ଦ
  • ପାର୍କ ବନ୍ଦ ରହିବ
  • ମନ୍ଦିର ବନ୍ଦ, ନୀତିକାନ୍ତି କରାଯିବ
  • ଯାତ୍ରା ଓ ଆଉଟ ଡୋର ସୁଟିଙ୍ଗକୁ ମନା
  • ଦୋକାନ ଆଗରେ ଖାଇବା ମନା
  • ବସ୍ ଚଳାଚଳ ଓ ସାଧାରଣ ପରିବହନ ବନ୍ଦ ରହିବ
  • ସୁଇମିଙ୍ଗ ପୁଲ୍ ବନ୍ଦ
  • ସଭା ସମିତିକୁ ମନା
  • ଆଡ଼ମ୍ବରପୂର୍ଣ୍ଣ ବାହାଘର ମନା
  • ନିର୍ଦ୍ଧାରିତ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯିବ
  • ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ

Comment