ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜୁଲାଇ ୧୬ ସକାଳ ୬ଟା ପର୍ଯ୍ୟନ୍ତ  ଆଂଶିକ ଲକଡାଉନ୍ ଘୋଷଣା କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପୂର୍ବରୁ ବିଭକ୍ତ କରାଯାଇଥିବା ‘ଏ’ କାଟାଗୋରୀରେ ଆଉ କିଛି ଜିଲ୍ଲାକୁ ସାମିଲ କରାଯାଇଛି। କାଟାଗୋରୀ ‘ଏ’ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ‘ବି’ ରେ ୧୦ ଜିଲ୍ଲା ରହିଛି। ତେବେ ପୂର୍ବରୁ କାଟାଗୋରୀ ‘ଏ’ ରେ ଥିବା ୧୭ ଜିଲ୍ଲାରେ ଆଉ ୩ ଜିଲ୍ଲା ଅଗୁଗୁଳ, କେଉଁଝର ଏବଂ ଢ଼େଙ୍କାନାଳକୁ ସାମିଲ କରାଯାଇଛି। ଏହି ତିନି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତକୁ କମିଥିବାରୁ ଏହାକୁ କାଟାଗୋରୀ ‘ଏ’ରେ ସାମିଲ କରାଯାଇଛି।ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳୁଛି। ତେଣୁ ବର୍ତ୍ତମାନର ସ୍ଥିତି ଦେଖି ଧିରେ ଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଆଂଶିକ ଲକଡାଉନ୍ ସମୟରେ ସାରା ରାଜ୍ୟରେ ସନ୍ଧ୍ୟା ୬ରୁ ସକାଳ ୬ପର୍ଯ୍ୟନ୍ତ  ନାଇଟ କର୍ଫ୍ୟୁ ବଳବତ୍ତର ରହିବ।କାଟାଗୋରୀ ‘ଏ’ ରେ ଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହିବ। ଏଥିସହ ଏହି ଜିଲ୍ଲାମାନଙ୍କରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦିଆଯାଇଛି।

କାଟାଗୋରୀ ‘ବି’ ରେ ଥିବା ୧୦ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜରେ ସଂକ୍ରମଣ ହାର ଅଧିକ ଥିବାରୁ କଟକଣା ବଳବତ୍ତର ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଏହିସବୁ ଜିଲ୍ଲାମାନଙ୍କରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବ।Bus-kolkata busକାଟାଗୋରୀ ‘ଏ’ରେ କ’ଣ ଖୋଲା ଓ କ’ଣ ବନ୍ଦ

  • ବସ୍ ଚଳାଚଳକୁ ଅନୁମତି
  • ସିଟ୍ ସଂଖ୍ୟା ଅନୁସାରେ ଲୋକ ବସିପାରିବେ
  • ଟାକ୍ସି ଓ ଅଟୋରିକ୍ସା ଚଳାଚଳ କରିପାରିବ
  • ଡ୍ରାଇଭର ସମେତ ଦୁଇଜଣ ପାସେଞ୍ଜର ଯାଇପାରିବେ
  • ଛୋଟ ସେଲୁନ୍ ଖୋଲିବ
  • ଆଉଟ ଡୋର ଏବଂ ଇନଡୋର ଫିଲ୍ମ ସୁଟିଙ୍ଗକୁ ଅନୁମତି
  • ସାପ୍ତାହିକ ହାଟ ଓ ଦୈନିକ ହାଟକୁ ଅନୁମତି
  • ମଲ୍, ସ୍ପା, ପାର୍ଲର ଖୋଲିବନାହିଁ

କାଟାଗୋରୀ ‘ବି’ରେ କ’ଣ ଖୋଲା ଓ କ’ଣ ବନ୍ଦ

  • ସମସ୍ତ ଦୋକାନ ଖୋଲା ରହିବ
  • ଉଠାଦୋକାନୀ ଓ ଚା’ ଦୋକାନୀ ବିକ୍ରୀ କରିପାରିବେ
  • ପାର୍ସଲ ଜରିଆରେ ଦିଆଯିବ ସାମଗ୍ରୀ
  • ମଲ୍, ପାର୍ଲର, ସ୍ପା ବନ୍ଦ ରହିବ
  • ସାପ୍ତାହିକ ହାଟ ଏବଂ ଦୈନିକ ହାଟ ବନ୍ଦ ରହିବ
  • ସୁଟିଂ ବନ୍ଦ ରହିବ
  • ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ବନ୍ଦ ରହିବ
  • ବିବାହ ଓ ଶୋଭାଯାତ୍ରା ହେବନାହିଁ

ରାଜ୍ୟବାସୀଙ୍କ ଜୀବନ ଓ ଜୀବିକାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅଧିକାଂଶ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ହେଁ ସମସ୍ତେ କୋଭିଡ୍ କଟକଣାକୁ ମାନି ମୁହଁରେ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଅବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କଠାରୁ ଫାଇନ ମଧ୍ୟ ଆଦାୟ କରାଯିବ।

ଏବେବି ରାଜ୍ୟରୁ କରୋନା ସଙ୍କଟ ଟଳିନାହିଁ। ଏଭଳି ପରିସ୍ଥିତି ନିତ୍ୟାନ୍ତ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ଅନୁରୋଧ କରିଛନ୍ତି ସରକାର।

Comment