ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ। କୋଭିଡ୍ ଗାଇଡଲାଇନକୁ ପାଳନ କରି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲିପାରିବେ। ଏଥିପାଇଁ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ପଟୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ମିଳିଛି।

ତେବେ ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି (ଯଶିପୁର)ଦେଇ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ କରିପାରିବେ। ସେଥିପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟର ଖୋଲାରହିବ। ଅନ୍ୟପଟେ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନରେ ଜଣେ ଗାଇଡ୍ ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଏଥିସହିତ ପର୍ଯ୍ୟଟକମାନେ www.ecotourodisha.comରେ ଆଗୁଆ ବୁକିଂ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଯାତ୍ରୀ ନିବାସରେ ରାତ୍ରିଯାପନ କରିପାରିବେ।

ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏହା ହେଉଛି ଏକ ଜାତୀୟ ଉଦ୍ୟାନ। ଏଠାରେ ଆପଣ ମହାବଳ ବାଘଠାରୁ ଆରମ୍ଭ କରି ହରିଣ, ହାତୀ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ। ଏହାଛଡ଼ା ଶିମିଳିପାଳରେ ଗୟଳ, ଚଉଶିଙ୍ଗା ହରିଣ ମଧ୍ୟ ଅଛନ୍ତି।

Comment